Breaking News

ମହିଳା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଗଣ ଆନ୍ଦୋଳନ


 
କନ୍ଧମାଳ--- ଆଜି କନ୍ଧମାଳ ଜିଲ୍ଲାର  ଘୁ. ଉଦୟଗିରି ବ୍ଲକର ବିଭିନ୍ନ ଗ୍ରାମ ରୁ ମହିଳା ଜୀବିକା ସୁରକ୍ଷା ମଞ୍ଚ ଲୋକ ସଂଗଠନ ର ସଦସ୍ୟ ସଦସ୍ୟା ମାନେ ଏକାଠି ହୋଇ ବିଡ଼ିଓ  ଶ୍ରୀ ଆଶିଷ କୁମାର ତ୍ରିପାଠୀ ଙ୍କ ଜରିଆରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ  ଘୁ. ଉଦୟଗିରି ବ୍ଲକର ଥିବା ବିଭିନ୍ନ ଗ୍ରାମର ପିଇବା ପାଣି ର ସମସ୍ୟା ସହିତ ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟା ସମାଧାନ ନିମନ୍ତେ ଗତ ଫେବୃଆରୀ 22 ତାରିଖ ରେ ଏକ  ସର୍ଭେ ରିପୋର୍ଟ ସଂଗଠନ ମାଧ୍ୟମରେ ପ୍ରଦାନ କରାଯାଇଥିଲା ! 
 ସେହି ରିପୋର୍ଟ ଅନୁସାରେ ଆଜି ପର୍ଯ୍ୟନ୍ତ ବିଶେଷ କିଛି  ଗ୍ରାମ ରେ ସମସ୍ୟା ର ସମାଧାନ ହୋଇ ପାରି ନ ଥିବା ଦେଖିବା କୁ ମିଳିଛି । ତେଣୁ ଆଜି ସଂଗଠନ ଏହି ପାନୀୟ ଜଳ ସମସ୍ୟା ଯଥା, ଅଚଳ ନଳକୂଅ ମରାମତି, ଅଚଳ ଷ୍ଟାଣ୍ଡ ପୋଷ୍ଟ କୁ ସଚଳ କରିବା,  ଆବଶ୍ୟକ ଗାଁ କୁ ନୁଆ ନଳ କୂପ,ଏବଂ ସୋଲାର ନଳକୂଅ ମଞ୍ଜୁରୀ କରିବା, ସହିତ ଅତି ଜରୁରୀ ଗ୍ରାମ କୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ସହିତ ଅନେକ ଅଙ୍ଗନ ୱାଡି କେନ୍ଦ୍ର ରେ ଆବଶ୍ୟକ ଭିତ୍ତି ଭୂମି  ନାହିଁ । କିଶୋରୀ ବାଳିକା ମାନଙ୍କ କୁପୋଷଣ  ଦୂର କରିବା  ଆଦି ସମସ୍ୟା ର ସ୍ଥାୟୀ ସମାଧାନ ନିମନ୍ତେ  ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଉର୍ଦ୍ଧେ ଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏବଂ ପ୍ରଶାସନ କୁ କଡା ଚେତାବନୀ ଦିଆଯାଇଛି ଯେ ଆଗାମୀ ଦିନରେ ଯଦି ସରକାର ପାନୀୟ ଜଳର ସମସ୍ୟା ପ୍ରତି ଗୁରୁତ୍ୱ ନ ଦିଅନ୍ତି ତେବେ ସଂଗଠନ ତାର ଅନିର୍ଦ୍ଧିଷ୍ଟ କାଳ ପାଇଁ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଗଣ ଧାରଣା ଦେବ ବୋଲି ନିଷ୍ପତ୍ତି ନିଆଯାଇଛି । ମହିଳା ଜୀବିକା ସୁରକ୍ଷା ମଞ୍ଚ ର ସଭାନେତ୍ରୀ ଏବଂ ସମ୍ପାଦକ  ମତ ପ୍ରକାଶ କରିଛନ୍ତି ! କାରଣ ସ୍ୱାଧୀନତା ତାର 75 ବର୍ଷ ପରେ ଵି ଗ୍ରାମଞ୍ଚଳ ର ଅତି ଆବଶ୍ୟକ ମୌଳିକ ସୁବିଧା ପାଇବାରେ ବଞ୍ଚିତ  ଅଛନ୍ତି । 
      ଆଜିର ଏହି ରାଲି ରେ ଘୁ. ଉଦୟଗିରି ବ୍ଲକର ମହିଳା ଜୀବିକା ସୁରକ୍ଷା ମଞ୍ଚ ର ସଭାନେତ୍ରୀ  ଶ୍ରୀମତୀ କମଳା ସାହୁ , ସଞ୍ଜଜିକା ସସ୍ମିତା ମଲ୍ଲିକ,ଜନସାଥୀ କୃତଜ୍ଞତା ନାୟକ, ଗୌରୀ ପ୍ରଧାନ, ମୋ ଚାଟଶାଳୀ ସ୍ୱେଚ୍ଛା ସେବୀ ରତିକାନ୍ତ ପ୍ରଧାନଏବଂ ରାଜେଶ ପ୍ରଧାନ ,ଅନ୍ତରଙ୍ଗ ସମ୍ପାଦକ ହୃଷିକେଶ ପ୍ରଧାନ, ବିଷ୍ନୁପ୍ରିୟ ପ୍ରଧାନ ସମାଜ ସେବୀ, ଭୀମଆର୍ମି ସଂଗଠନ ଜିଲ୍ଲାସଭାପତି ଫିରୋଜ ଦିଗଲ,ସମ୍ପାଦନ ଆୟୋଜକ ଅରୁନ କୁମାର ପ୍ରଧାନ,ଉତ୍ସବ ପ୍ରଧାନ ତଥା ଭିବିନ୍ନ ଗ୍ରାମପଞ୍ଚାୟତ ସଂଗଠନ ସଭ୍ୟା ସଭ୍ୟ ଯୋଗ ଦେଇଥିଲେ ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୨/୩/୨୦୨୩---୯,୧୦ Sakhigopal News,22/3/2023

Blog Archive

Popular Posts