କାଳାଆମ୍ବା ଜଙ୍ଗଲରୁ ଶ୍ରୀଜଗନ୍ନାଥଙ୍କ ରଥ ପାଇଁ , କାଠ ଚିହ୍ନଟ
ଭଞ୍ଜନଗର --- ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରିୟ ବନାଞ୍ଚଳ କାଳିଆମ୍ବା ଜଙ୍ଗଲରେ ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ ସକାଶେ କାଠ ଚିହ୍ନଟ କରାଯାଇଛି । ବନଖଣ୍ଡ ଅଧିକାରୀ ସୂଦର୍ଶନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ କୁମର ବେହେରାଙ୍କ ନେତୃତରେ ଗଛ ଚିହ୍ନଟ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବହୁ ବ୍ୟକ୍ତି ଉପସ୍ଥିତ ରହିଥିଲେ । ମୃଦଙ୍ଗ ଗିନି ଓ ହୁଳହୁଳି ରେ କମ୍ପି ଉଠିଥିଲା ସ୍ଥାନୀୟ ଅଞ୍ଚଳ । ଏହା ପୂର୍ବରୁ ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳ ଅଧିନରେ ଥିବା ଘୋଗଡ ଜଙ୍ଗଲରୁ ଚିହ୍ନଟ କାଠ ପୁରୀ ରଥ ନିର୍ମାଣ ପାଇଁ ଯାଇଥିଲା । ସେହିଭଳି ପରବର୍ତ୍ତୀ ସମୟରେ ମୁଜାଗଡ ବନାଞ୍ଚଳର ଭଞ୍ଜନଗର ସେକସନ ଅନ୍ତର୍ଗତ ବେଣାକୁନ୍ଦା ଜଙ୍ଗଲରୁ ମଧ୍ୟ କାଠ ଯାଇଥିବା ବେଳେ ପୁଣି ଏବେ କେନ୍ଦ୍ରିୟ ବନାଞ୍ଚଳ ର କାଳିଆମ୍ବା ଜଙ୍ଗଲରୁ ରଥ ନିର୍ମାଣ ପାଇଁ କାଠ ଯିବ । ଚିହ୍ନଟ କାର୍ଯ୍ୟକ୍ରମ ରେ ବନଖଣ୍ଡ ଅଧିକାରୀ ସୂଦର୍ଶନ ବେହେରା , କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ କୁମର ବେହେରା ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି । ପୁରୀ ରଥ ନିର୍ମାଣ ପାଇଁ ଉତ୍ତର ଘୁମୁସର ବନଖଣ୍ଡ ର ବିଭିନ୍ନ ବନାଞ୍ଚଳ ରୁ କାଠ ଯାଉଥିବାରୁ ଅଞ୍ଚଳ ବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,,୧୯/୩/୨୦୨୩---୯,୫୫ Sakhigopal News,19/3/2023