ଶରନାଳ କୂଅରୁ ୮୦ ବର୍ଷିଆ ବୁଦ୍ଧାଙ୍କ ମୃତଦେହ ଉଧାର
ଭଞ୍ଜନଗର-- ବେଲଗୁଣ୍ଠI ଥାନା ଅନ୍ତର୍ଗତ ନାଟେଙ୍ଗା ରତନପୁର ଗ୍ରାମର ବଙ୍ଗାଳୀ ବେହେରା ଙ୍କ ମୃତଦେହ ଶରନାଳରେ ଥିବା କୂଅରୁ ଉଧାର କଲେ ପରିବାର ଓ ଗ୍ରାମବାସୀ ।ଖବର ନେବାରେ ମୃତ ବଙ୍ଗାଳୀ ଭୋର ୪ଟା ସମୟରେ ଗ୍ରାମନିକଟରେ ଥିବା ଶରନାଳକୁ ଗାଧେଇବାକୁ ଯାଇଥିବା ବେଳେ ନିକଟରେ ଥିବା କୂଅରେ ଅସାବଧାନତା ଯୋଗୁଁ ଖସି ପଡିଥିଲେ ।ବଙ୍ଗାଳୀ ବହୁ ସମୟ ଧରି ଘରକୁ ନଆସିବାରୁ ପରିବାର ଲାେକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ବଙ୍ଗାଳୀଙ୍କ ର କୌଣସି ସନ୍ଧାନ ପାଇପାରିନଥିଲେ ।ସନ୍ଧ୍ୟା୫ଟା ସମୟରେ ଶରନାଳ କୂଅରେ ବଙ୍ଗାଳୀର ମୃତଦେହ ଭାସୁଥିବାର କିଛି ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେବାପରେ ଘଟଣାସ୍ଥଳରେ ପହଞ୍ଚି ବେଲଗୁଣ୍ଠI ପୁଲିସକୁ ଖବର ଦେବା ପରେ ପୁଲିସ ପହଞ୍ଜି ଶବକୁ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ ପାଇ ଭଞ୍ଜନଗର ବ୍ୟବଛେଦ ଗୃହକୁ ପଠାଇ ଦିଆଯାଇଥିବା ଥାନା ସୁତ୍ରରୁ ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୧/୩/୨୦୨୩-----୧୧,୫୦ Sakhigopal News,31/3/2023