Breaking News

ଘୁମୁସର ବନ ବିଭାଗ ତରଫରୁ ବିଶ୍ୱ ବନ ଦିବସ ପାଳନ


ଭଞ୍ଜନଗର :-ଆଜି ବିଶ୍ଵ ବନ ଦିବସ ଅବସରରେ ଘୁମୁସର ଦକ୍ଷିଣ ବନ ବିଭାଗ ତରଫରୁ ସୋରଡ଼ା ନିକଟସ୍ଥ ଖାରିଗୁଡା ମେଗା  ନର୍ସରୀ ଠାରେ ଏକ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି। ସମାରୋହ ସଭା ଆୟୋଜନ ପୂର୍ବକ ଅନେକ ଔଷଧିୟ ଚାରା ରୋପଣ କରାଯାଇଛି । ଭଞ୍ଜନଗର ସ୍ଥିତ ଦକ୍ଷିଣ ଘୁମୁସର ଖଣ୍ଡିୟ ବନାଧିକାରୀ ଶ୍ରୀ ଦିଲ୍ଳୀପ କୁମାର ରାଉତ(,ଓଡିଶା ବନ ସେବା)ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରି  ବିଶ୍ୱ ବନ ଦିବସର ସନ୍ଦେଶ ବାର୍ତ୍ତା ପାଠ କରିଥିଲେ । ସୋରଡ଼ା ତହସିଲଦାର ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ, ସୋରଡ଼ା ଅଗ୍ନିଶମ ଅଧିକାରୀ ଶ୍ରୀ ବରାଳ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆଜି ଦିବସରେ  ଅଧିକ ବୃକ୍ଷ ରୋପଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସୋରଡ଼ା ଏନ. ଏ.ସି  ଚେୟାରମ୍ୟାନ ଶ୍ରୀ ଶିବ ଶଙ୍କର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସହ ବନ ସଂରକ୍ଷକ ଶ୍ରୀ ପ୍ରଭାକର ନାୟକ ସାରଗର୍ଭକ ଭାଷଣ ଦେଇ ବନ ସୁରକ୍ଷା କରି  ପ୍ରକୃତି -ମାତାର ଜୀବନ ରକ୍ଷା ନିମନ୍ତେ ନିବେଦନ କରିଥିଲେ । ମୁଖ୍ୟ ସେକ୍ସନ ଅଧିକାରୀ ଶ୍ରୀ ଅଶୋକ ସାହୁ ଘୁମୁସର ଜଙ୍ଗଲର ପ୍ରାଚୀନ ଇତିହାସ ପ୍ରଦାନ ପୂର୍ବକ 'ବୃକ୍ଷ ମାହାତ୍ମ୍ୟ' କବିତା ପାଠ  କରିଥିଲେ । ଶ୍ରୀ ଶୂଳପାଣି ଶତପଥୀ କାର୍ଯ୍ୟକ୍ରମ କୁ ସଂଯୋଜନା ପୁର୍ବକ ମନୋରଞ୍ଜନ ମାଧ୍ୟମରେ ବନ ସୁରକ୍ଷା ସଚେତନତା ସୃଷ୍ଟି କରିଥିଲେ । ନେଚର କ୍ଲବ ଏନ. ଜି.ଓ ନିର୍ଦ୍ଦେଶକ ଶ୍ରୀ ଶୁଭସ୍ମୀତ ପତି ,ଅନ୍ୟତମ ଏନ. ଜି.ଓ ଅଧକ୍ଷ ଶ୍ରୀ ଉମାକାନ୍ତ ବିଶ୍ୱାଳ ଜଙ୍ଗଲର ଅଭିବୃଦ୍ଧି  ଓ ସୁରକ୍ଷା ନିମନ୍ତେ ଯୁଗ୍ମ ବନ ପରିଚାଳନାର ଆବଶ୍ୟକତା ଉପରେ ଗୁରୁତ୍ୱ।ରୋପ କରିଥିଲେ । ଜାଇକା ସଂଯୋଜକ ଶ୍ରୀ ଶୁଭକାନ୍ତ ମିଶ୍ର ୨୦୨୩ ର ଥିମ- 'ସ୍ୱାସ୍ଥ୍ୟ ଓ ଜଙ୍ଗଲ' ,ବୋଲି ସୂଚାଇ ପ୍ରଥମରେ ଜଙ୍ଗଲର ସ୍ୱାସ୍ଥ୍ୟ ଠିକ ରହିଲେ ଆମ ସ୍ୱାସ୍ଥ୍ୟ  ଠିକ ରହିବ ବୋଲି କହିଥିଲେ । 2021-22 ରେ ସଫଳ  ବନ।ଗ୍ନି ନିୟନ୍ତ୍ରଣ ତଥା ସକ୍ରିୟ ଜଙ୍ଗଲ ସୁରକ୍ଷା  କରିଥିବା  60 ଟି ବନ ସୁରକ୍ଷା ସମିତି ମାନଙ୍କୁ ପ୍ରଶଂସା ପତ୍ର ବଣ୍ଟାଯାଇ ପୁରସ୍କୃତ କରାଯାଇଥିଲା । ଯୁଗ୍ମ-ଆୟୋଜକ ସୋରଡ଼ା ବନାଞ୍ଚଳ ଅଧିକାରୀ ଶ୍ରୀ ଲମ୍ବୋଦର ବାସ୍କେ,ଓ ବଡଗଡ଼ ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରମୋଦ ଖଡ୍ଗରାୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।ଶେଷରେ ନର୍ସରୀ ମଧ୍ୟରେ 'ନକ୍ଷତ୍ର ବନ'ପ୍ରାଙ୍ଗଣ ସ୍ଥଳୀ ରେ 27 ନକ୍ଷତ୍ରକୁ ସମ୍ପର୍କିତ କରି 27 ପ୍ରକାର ଔଷଧିୟ  ଦୁର୍ଲ୍ଲଭ ଚାରାଗଛ ରୋପଣ କରାଯାଇଥିଲା । ବଡଗଡ଼ ଓ ସୋରଡ଼ା ବନାଞ୍ଚଳରୁ 100 ରୁ ଅଧିକ ବନ କର୍ମଚାରୀ ଓ ବନ ସୁରକ୍ଷା ସମିତି ମୁଖ୍ୟ ଓ ମହିଳା ସ୍ୱୟଂ ସହାୟକ ଦଳ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଚାଲୁଥିବା ବେଳେ ମଝିରେ ମଝିରେ 'ଜଗା-ବଳିଆ' ଦାଶ କାଠି ନୃତ୍ୟ ମାଧ୍ୟମରେ ବନ ଓ ପରିବେଶ ସୁରକ୍ଷା, ବନାଗ୍ନି-ନିୟନ୍ତ୍ରଣ ସମ୍ପର୍କରେ ବନ-ସଚେତନତା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ଜାଇକା ସଂଯୋଜକ ଶ୍ରୀ ଶୁଭକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୩/୨୦୨୩---୧୦,୪୫ Sakhigopal News,21/3/2023

Blog Archive

Popular Posts