Breaking News

ବ୍ରାଉନ ସୁଗାର ବେପାର କରୁଥିବା ବେଳେ ଚାରି ଯୁବକ ଗିରଫ


ଜଟଣୀ---- ଜଟଣୀ ଥାନାର ଏକ ସ୍ପେଶାଲ ଟିମ ତଥା ଭୁବନେଶ୍ୱରର ଅପେରସନ ହ୍ୱାଇଟ ସ୍ପାଇଡର ମିଳିତ ହୋଇ ସ୍ଥାନୀୟ ସେଞ୍ଚୁରୀୟାନ ଏୟୁନିଭେର ସିଟି ନିକଟରେ ଥିବା ଖଣ୍ଡୁଆଳ ମନ୍ଦିର ସାମ୍ନାରୁ ଚାରି ଜଣ ଯୁବକ ବ୍ରାଉନ ସୁଗାର ବେପାର କରୁଥିବା ଖବର ପାଇ ଅତର୍କିତ ଚଢଉ କରିଥିଲେ । ବେଆଇନ ବ୍ରାଉନସୁଗାର ବିକ୍ରି କରୁଥିବା ଅଭିଯୋଗରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୂଲିସି । ଅଭିଯୁକ୍ତ ମାନେ ହେଲେ ସ୍ଥାନୀୟ ରଥିପୁର ଗ୍ରାମର ଛବିଶ ବର୍ଷୀୟ ଫାୟାଜ଼ ମହମ୍ମଦ, ତିରିମଲ ମଝି ସାହିର ନିହାର ରଞ୍ଜନ ବିଶ୍ୱାଳ (ପିଲୁ),ପଲ୍ଲା ମଝି ସାହିର ସଂଗ୍ରାମ ସାହୁ (ପାପୁଲି),ଞ୍ଚ ଯାଜପୁର ଜିଲ୍ଲା ଥଳକୁଡି ଗ୍ରାମର ଗୌତମ ଜେନା (କୁନି) l ଅଭିଯୁକ୍ତଙ୍କ ତଲାସି ବେଳେ ପୁଲିସ ତାଙ୍କ ନିକଟରୁ ମୋଟ 11.60 ଗ୍ରାମ ଓଜନର ବ୍ରାଉନ ସୁଗାର, ତିନୋଟି ମୋବାଇଲ ଫୋନ, ଏବଂ ୨୨୫0 ଟଙ୍କା ଜବତ କରିଥିଲା ପୁଲିସ । ପଚରା ଉଚରା ସମୟରେ, ଅଭିଯୁକ୍ତ ଜଣକ ଏହି ବେଆଇନ ବ୍ରାଉନ ସୁଗାର ବହୁ ଦିନରୁ ଚୋରାରେ ବେପାର କରୁଥିବା ସ୍ୱୀକାର କରିଥିଲେ l କାରବାର ବହୁଦିନ ପୂର୍ବରୁ ନିୟମିତ ଭାବେ କରିଆସୁଥିବା ବେଳେ ଏହାକୁ ସେ ଜଳେଶ୍ବର ଅଞ୍ଚଳରୁ ଆଣି ଜଟଣୀ ସହରର ବିଭିନ୍ନ ପ୍ରାନ୍ତରେ ବିକ୍ରୟ କରୁଥିବା କଥା ମଧ୍ୟ ସ୍ଵୀକାର କରିଥିଲେ। ଏହି ଘଟଣାକୁ କେନ୍ଦ୍ରକରି ଜଟଣୀ ଥାନା ପୁଲିସ ଏକ ବେଆଇନ ବ୍ରାଉନ ସୁଗାର ବିକ୍ରି ମାମଲା କେସ ନଂ 102/23 ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ବାବଦରେ ଜଟଣୀ ପୋଲିସ ମାମଲାର ଅଧିକ ତଦନ୍ତ ଚାଲୁ ରଖିଛି l ଅପେରସନ ହ୍ୱାଇଟ ସ୍ପାଇଡର ଭୁବନେଶ୍ୱର ଦ୍ୱାରା ଆଗକୁ ଏହି ପ୍ରୟାସ ଜାରି ରହିବ ବୋଲି ସୂଚନା ପ୍ରଦାନ କରିଛନ୍ତି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୩/୨୦୨୩----୯,୫୫ Sakhigopal News,16/3/2023

Blog Archive

Popular Posts