Breaking News

ଢବାହର ନୋଡାଲ ଉଚ୍ଚ ବିଦ୍ୟାଳୟରେ ବିଶ୍ବ ଜଳ ଦିବସ ପାଳିତ



ଭଞ୍ଜନଗର :- ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ବଡ଼କୋଦଣ୍ଡା ଠାରେ "ବିଶ୍ୱ ଜଳଦିବସ"ଜାତୀୟ ସବୁଜ ବାହିନୀ, ଇକୋ କ୍ଲବ ତରଫରୁ ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ  ଅତିଥିଭାବେ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା, ପି.ଏଚ.ଡି ସହକାରୀ ଯନ୍ତ୍ରୀ ନିତ୍ୟାନନ୍ଦ ବେହେରା, ଅବୈତନିକ ବନ୍ୟପ୍ରାଣୀ ତତ୍ଵାବଧାରକ ତଥା ସମାଜସେବୀ ଶୂଳପାଣି ଶତପଥୀ, ସାଂସଦ ପ୍ରତିନିଧି ପଞ୍ଚାନନ ପାଳ ଓ ସ୍ବେଛାସେବୀ ସନ୍ତୋଷ କୁମାର ଡାକୁଆ ଯୋଗ ଦେଇଥିଲେ l ଜଳର ସୁରକ୍ଷା,ଜଳ ର ବିନିଯୋଗ ସହ ଯାତାୟାତ ର ନିରାପଦ ଓ ଟ୍ରାଫିକ ନୀୟମ ଉପରେ ସୁନ୍ଦର ବକ୍ତବ୍ୟ ମାନ ରଖିବା ସହ ବିଶେଷକରି ଜଳହିଁ ଜୀବନ ଉପରେ ଅତିଥିମାନେ ସେମାନଙ୍କ ବକ୍ତବ୍ୟ ରଖିଥିଲେ l ଏହି ଅବସରରେ ଅତିଥମାନଙ୍କ ଦ୍ୱାରା ପ୍ରଶ୍ନ, ଉତ୍ତର ପଚରାଯାଇ ଛାତ୍ର, ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥଲା l ଗୋଟିଏ କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗର ବହୁ ଅତିଥି ଯୋଗଦେଇ ସେମାନଙ୍କ ସୁନ୍ଦର ଅଭିଭାଷଣ ପ୍ରଦାନ କରିଥିଲେ l ପ୍ରାୟ ଏକ ଶହରୁ ଊର୍ଦ୍ଧ ଛାତ୍ର, ଛାତ୍ରୀ ଯୋଗଦେଇଥିଲେ l କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ l ଶେଷରେ ଶିକ୍ଷକ ସlଜନସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ l
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୩/୨୦୨୩----୯,୩୫ Sakhigopal News,22/3/2023

Blog Archive

Popular Posts