ସାକ୍ଷୀଗୋପାଳରେ ରାମନବମୀ ଉତ୍ସବ ପାଳିତ
ସାକ୍ଷୀଗୋପାଳ----- ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ନିକଟରେ ଥିବା ରାମ ମନ୍ଦିର ପରିସରରେ ରାମନବମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତିଦିନ ପରି ରାମଜୀ ମନ୍ଦିରରେ ଦୈନଦିନ ନିତ୍ୟକର୍ମ କରାଯାଇଥିଲା । ଆଜିର ଦିନରେ ରାମଙ୍କ ଜନ୍ମ ଦିବସ ଭାବେ ପାଳନ କରାଯାଉଛି । ମନ୍ଦିର ପୂଜକ ବଂଶୀଧର ପାଢ଼ୀ ରାମ, ଲକ୍ଷ୍ମଣ, ମା ସୀତାଙ୍କୁ ନୂତନ ବସ୍ତ୍ର ପରିଧାନ କରିବା ସହିତ ମାଘସ୍ନାନ କରିବା ପରେ ଫୁଲମାଳ, ତୁଳସୀ, ଚନ୍ଦନ ଆଦି ଦେବା ପରେ ସେଠାରେ ରାମଜୀଙ୍କର ଜନ୍ମବିଧି ନୀତି କରାଯିବା ସହିତ ହୋମ ଯଜ୍ଞ ଓ ବାଳଭୋଗ କରାଯାଇଥିଲା । ସଂଧ୍ୟାରେ ମନ୍ଦିର ନିକଟରେ ସମୂହ ପ୍ରସାଦ ସେବନ କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୩୦/୩/୨୦୨୩---୭,୧୦ Sakhigopal News , 30/3/2023