ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ଗୁରୁତର
ଭଞ୍ଜନଗର, - ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ କାର୍ଯ୍ୟାଳୟ ସାମନା ଜାତୀୟ ରାଜପଥର ବୁଲାଣିଆ ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ପ୍ରକାରେ ବ୍ରହ୍ମପୁର ର ଜଣେ ଯୁବ ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଫୁଲବାଣୀ ଅଞ୍ଚଳରୁ କଲେକସନ୍ ସାରି ନିଜ ବାଇକ୍ ଯୋଗେ ବ୍ରହ୍ମପୁର ଫେରୁଥିଲେ । ଭଞ୍ଜନଗର ରୁ ବନିତା ସାମନ୍ତରାୟ (୩୫) ଓ ତାଙ୍କର ପୁଅ ଶୁଭମ୍ ଶଙ୍କର ସାମନ୍ତରାୟ (୧୮) ବାଇକ୍ ରେ ଭଞ୍ଜନଗରରୁ କାମ ସାରି ନିଜ ଗ୍ରାମ ମୁଜାଗଡ ଆସୁଥିଲେ । ଆରଟିଓ ଅଫିସ୍ ସମ୍ମୁଖ ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ବାଇକ୍ ରୁ ସଭିଏଁ ଛିଟିକି ପଡିଥିଲେ। ଗୁରୁତର ଅବସ୍ଥାରେ ଏମାନଙ୍କୁ ୨ଟି ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ଏଠାରେ ପ୍ରାଥମିକ ଚିକିତ୍ସା ପରେ ଏମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୩/୨୦୨୩----୮,୧୦ Sakhigopal News,5/3/2023