Breaking News

ବନ୍ୟଜନ୍ତୁ ଶିକାର ପାଇଁ ବିଦ୍ୟୁତ୍ ତାର ସଂଯୋଗ ଉଦ୍ୟମ .. ଜଣେ ଗିରଫ , ୩ ଫେରାର




ଭଞ୍ଜନଗର - ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ବିଞ୍ଜଗିରି ବିଟ୍ ଝିଲିମିଲି ଘାଇ ନିକଟରେ ବିଦ୍ୟୁତ୍ ତାର ବିଛାଇ ବନ୍ୟଜନ୍ତୁ ଶିକାର କରିବାକୁ  ଉଦ୍ୟମ କରୁଥିଲେ ଶିକାରୀ । ଖବର ପାଇ ଚଢ଼ାଉ କରିଥିଲେ  ବନବିଭାଗ । ଘଟଣା ସ୍ଥଳରୁ ୩ ଜଣ ଶିକାରୀ ଚମ୍ପଟ ମାରିଥିବା ବେଳେ  ଜଣକୁ ଗିରଫ କରିଛି ବନବିଭାଗ । ଗିରଫ ଜଣକ ହେଲେ  ବିଞ୍ଜଗିରି ଗ୍ରାମର ପାଣୁ ପାତ୍ର । ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ,ଭଞ୍ଜନଗର ବନପାଳ ବଂଶୀଧର ବିଷୋୟୀ , ବନରକ୍ଷୀ ସୁଶାନ୍ତ ମିଶ୍ର ସମେତ ଏଲିଫେଣ୍ଟ୍  ସ୍ବାର୍ଡ କର୍ମଚାରୀମାନେ ଚଢାଉ କରିଥିଲେ । ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଆସାମୀଙ୍କୁ ଅତିଶୀଘ୍ର ଧରାଯିବ ବେଲି ମୁଜାଗଡ ବନାଞ୍ଚଳ ଅଧିକାରୀ ବିମ୍ଭଧର ସାହୁ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୩/୨୦୨୩-----୯,୨୦ Sakhigopal News 16/3/2023

Blog Archive

Popular Posts