ଗଞ୍ଜେଇ ଧରି ବସ୍ କୁ ଅପେକ୍ଷା କରିଥିବା ବେଳେ . ଅବକାରୀ ବିଭାଗ ର ଚଢ଼ାଉ , ମହିଳା ଗିରଫ
ଭଞ୍ଜନଗର - ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ ଗାଁ ନିକଟରେ ଅବକାରୀ ବିଭାଗର ଚଢ଼ାଉ । ଅଖାରେ ଗଞ୍ଜେଇ ଧରି ଯାଉଥିବା ବେଳେ ଜଣେ ମହିଳାଙ୍କୁ ଗିରଫ କରିଛି ଭଞ୍ଜନଗର ଅବକାରୀ ବିଭାଗ । ଘଟଣା ସ୍ଥଳରୁ ସାଢ଼େ ସାତ କିଲୋ ଗଞ୍ଜେଇ ଜବତ ହୋଇଛି । ଗିରଫ ମହିଳା ଜଣକ ହେଲେ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଥାନା ଅନ୍ତର୍ଗତ ସିନ୍ଦୂରଗୁଡା ଗ୍ରାମର ମେନକା ପ୍ରଧାନ । ଅବକାରୀ ଅଧିକ୍ଷକ ଦେବୀ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ କରାଯାଇଥିଲା । ସୂଚନା ପ୍ରକାରେ ସାରଙ୍ଗଗଡ ଅଞ୍ଚଳରୁ ଗଞ୍ଜେଇ ଧରି ଭୁବନେଶ୍ୱର ଅଭିମୁଖେ ଯିବା ପାଇଁ ମୁଜାଗଡ ଗ୍ରାମ ନିକଟରେ ବସକୁ ଅପେକ୍ଷା କରିଥିଲେ ମହିଳା ଜଣକ । ଭଞ୍ଜନଗର ଅବକାରୀ ବିଭାଗ କୈଣସି ସୁତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ମହିଳା ଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଭଞ୍ଜନଗର ଅବକାରୀ ଅଧିକାରୀ ଅଲ୍ଲିଭା ମାଝି ସୁଚନା ଦେଇଛନ୍ତି । ଚଢାଉରେ ଏଏସଆଇ ନିରଞ୍ଜନ ବେହେରା ,ସନାତନ ନାହକ,ସୁବଳ ପ୍ରଧାନ, କୃଷ୍ଣଚନ୍ଦ୍ର ସେଠୀ, ଜଗନ୍ନାଥ ମହାପାତ୍ର ଓ ସ୍ବାଧୀନ ସାହୁ ପ୍ରମୁଖ ସାମିଲ ହୋଇଥିଲେ। । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୩/୨୦୨୩----୧୦,୧୦ Sakhigopal News,21/3/2023