Breaking News

ସାଗରସ୍ନାନ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ



 ସାକ୍ଷୀଗୋପାଳ---- ପୁଣ୍ୟତ୍ୟୋୟା  ଭାର୍ଗବୀ ନଦୀର ଉଭୟପାଶ୍ୱର୍ରେ ବାରୁଣିପୁଡ ବା ସାଗରସ୍ନାନ  ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।  ନଦୀର ଉଭୟପାଶ୍ୱର୍ରେ ମାନସିକ ଧାରୀ ଓ ଶ୍ରଦ୍ଧାଳୁ ମାନେ ବୁଡ ପକାଇଥିବାର ଦେଖାଯାଇଥିଲା ।  ଶ୍ରଦ୍ଧାଳୁ ମାନେ ବୁଡ ପକାଇବା ପରେ ଓଦା ଲୁଗାରେ ପିତୃ ପୁରୁଷଙ୍କ ଉଦ୍ଦ୍ୟେଶରେ ବାଲୁକା ପିଣ୍ଡ ଅର୍ପଣ କରିଥିଲେ । ବଳପୁର ଗ୍ରାମରେ ପୂଜିତ ବାଲୁଙ୍କେଶ୍ୱର ଦେବଙ୍କର ପ୍ରତିଦିନ ନୀତିକାନ୍ତି ସରିବା ପରେ ବରାଳ ଗ୍ରାମର ବାଲୁଙ୍କେଶ୍ୱରଙ୍କୁ ବାରୁଣିବୁଡ ବା ସାଗରସ୍ନାନ ଯାତ୍ରାକୁ ଆଣିବା ପାଇଁ ଯାଇଥାନ୍ତି ।  ଘଣ୍ଟ, ଘଣ୍ଟା, କାହାଳୀ, ତୁରୀ ଛତୀ, ତ୍ରାସ, ବୈରଖ, ମଶାଲ, ବାଜା , ସଂକୀର୍ତ୍ତନ, ବାଣ ଫୁଟାଇ   ବାରୁଣି ସ୍ନାନ ଅଭିମୁଖେ ଅପରାହ୍ନରେ ଆସିଥିଲେ । ଆସିବା ବାଟରେ ବିଭିନ୍ନ ସ୍ଥାନରେ  ଦୁଇ ଠାକୁର ଦୁଆରି ଭୋଗ ଖାଇ ନଦୀକୂଳ ସ୍ଥିତ ତୀର୍ଥ ମଣ୍ଡପରେ ବିଜେ କରିଥିଲେ । ସେହିପରି ନଦୀର ଅପରପାଶ୍ୱର୍ରେ ସୁଆଣ୍ଡୋର ଲୋକେଶ୍ୱର ଓ ବିଦ୍ୟାଧରପୁରର କୁଣ୍ଡେଳେଶ୍ୱର ମହାଦେବ ସୁ ସଜିତ ବିମାନ ପଟୁଆରରେ ଗ୍ରାମରୁ ବାହାରି ତୀର୍ଥ ମଣ୍ଡପରେ ପହଞ୍ଚିଥିଲେ । ଚତୁଶ୍ୱମ୍ଭୁଙ୍କୁ ତୀର୍ଥର ଉଭୟପାଶ୍ୱର୍ରେ ଏକ ସଙ୍ଗେ ସେବାୟତ ମାନେ ଅଭିମନ୍ତ୍ରିତ ତୀର୍ଥ ଜଳରେ ସ୍ନାନ , ପୂଜା, ଗଙ୍ଗା ଅଳତୀ କରିବା ପରେ ଉପସ୍ଥିତ   ଭକ୍ତ ବୁଡ ପକାଇଥିଲେ  । ମାନସିକ ଭୋଗ ଓ ଗ୍ରାମ କୋଠ ଭୋଗ ଠାକୁରଙ୍କ ପାଖରେ କରାଯାଇଥିଲା ।  ଅନ୍ୟ ପକ୍ଷେ ମନ୍ଦିର ଟ୍ରଷ୍ଟବୋର୍ଡର କର୍ମକତ୍ତର୍ତା ମାନେ ଠାକୁରଙ୍କ ନୀତିକାନ୍ତି ପରିଚାଳନାରେ ସହଯୋଗ  କରିଥିଲେ ।  ମେଳଣ ପଡିଆରେ ବିଭିନ୍ନ ଘର ଉପକରଣ , ମନୋହରୀ , ଜଳଖିଆ, ପାଷ୍ଟଫୁଡ ଚାଟ, ଆଇସିକ୍ରମି, ଗୁପୁଚୁପ, ମିନାବଜାର ଆଦି ବିଭିନ୍ନ ବ୍ୟବସାୟୀ ମାନେ ସେମାନଙ୍କ ପସରା ଖେଳିଥିଲେ । ଝିପିଝିପି ବର୍ଷା ଲାଗି ରହିଥିବାରୁ ବେପାର ସେପରି ନଥିଲା । ମେଳଣ ପଡିଆରେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଉପାଧ୍ୟକ୍ଷା ନିବେଦିତା ପାତ୍ର, ସ୍ଥାନୀୟ ବଳପୁର ସରପଞ୍ଚ ପିୟଙ୍କା ପଣ୍ଡାଙ୍କ ସହିତ ବିଭିନ୍ନ ଜନପ୍ରତିନିଧି,  ବିଡିଓ ଲୋଚନ ଦାସ, ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ଫୋସ ସହ ସେଠାରେ ଉପସ୍ଥିତ ରହିଥିଲେ । ସେହିପରି ସତ୍ୟବାଦୀ ଅଗ୍ନିଶମ ଅଧିକାରୀ ମନୋଜ ପାତ୍ର ସଦଳବଳେ ନଦୀରେ ପ୍ରହରା ଦେଇଥିଲେ । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୩/୨୦୨୩---୮.୧୦    Sakhigopal News, 19/3/2023

Popular Posts