Breaking News

ଅଖାରେ ବନ୍ଧା ହୋଇ ନଦୀରେ ଭାସୁଛି ମହିଳାଙ୍କ ଶବ

   


ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଅନ୍ତର୍ଗତ ପରଜାପଡା ଗ୍ରାମ ପଞ୍ଚାୟତର ଚିଲପାଟଣା ଗ୍ରାମ ମୁଣ୍ଡରେ ଏକ ଅଖା ମଧ୍ୟରେ ଜଣେ ମହିଳାଙ୍କ ଶବ ଭାର୍ଗବୀ ନଦୀ ପଠାରେ ଲାଗିଥବାର ଜଣାପଡିଛି ।  ଗ୍ରାମର ଜଣେ ପିଲା ନଦୀକୁ ଯାଇଥବା ବେଳେ ଏକ ଅଖା ମଧ୍ୟରେ ଜଣେ ମହିଳାଙ୍କ ଶବ ଥିବାର ଦେଖି ଗ୍ରାମରେ କହିଥିଲା । କିଛି ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ଦେଖିବା ବେଳେକୁ ମହିଳା ଜଣକ ନାଲି ରଙ୍ଗର କାଚ ପିନ୍ଧିଥିବାର ଜଣାପଡିଥିଲା । ଶବଟି ପାଣିରେ ପୋଚି ଯାଇଥିବା ଜଣାପଡିଛି । ଖବର ପାଇ ସତ୍ୟବାଦୀ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଏକ ମାମଲା ରୁଜ କରି ତଦନ୍ତ ଆରମ୍ଭ କରିଥବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଉକ୍ତ ମହିଳା ଜଣଙ୍କୁ ଅଖା ସହିତ ବାନ୍ଦି ଭାର୍ଗବୀ ନଦୀରେ ପକାଯାଇଥିଲା । ଯାହାକି ଅଖା ସହିତ ମହିଳାଙ୍କ ଶବଟି ପାଣିରେ ଭାସି ଭାସି ଆସିବା ପରେ ଏଠାରେ ନଦୀପଠରେ ଲାଗିଥିବା ବେଳେ ବିଲୁଆ ଓ କୁକୁର ମାନେ ଭିଡା ଓଟରା କରିବା ପରେ ଉକ୍ତ ଅଖା ମଧ୍ୟରୁ ମହିଳାଙ୍କ ହାତଟି ବାହାରକୁ ବାହାରିପଡିଛି ବୋଲି ସ୍ଥାନୀୟ ଲୋକମାନେ କହନ୍ତି । ଏହା ଏକ ହତ୍ୟା କରାଯିବା ପରେ ମହିଳା ଶବକୁ ପାଣିରେ ପିଙ୍ଗା ଯାଇଛି ବୋଲି ଲୋକମାନେ ଆଲେଚନା କରନ୍ତି ।  ସାକ୍ଷୀଗୋପାଳରୁଧୀରେନ୍ଦ୍ର ସେନାପତି, ୧୯/୩/୨୦୨୩----୮,୨୦   Sakhigopal News, 19/3/2023

Popular Posts