Breaking News

ରେମଣ୍ଡା ପ୍ରାଥମିକ ସମବାୟ ସମିତି ଲି ବ୍ୟାଙ୍କିଙ୍ଗ ଓ ରୁଣ କର୍ମଶାଳା

 
ବରଗଡ଼---  ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ପ୍ରାଥମିକ ସମବାୟ ସମିତି ଲି ବ୍ୟାଙ୍କିଙ୍ଗ ଓ ରୁଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ରେମଣ୍ଡା ପ୍ରାଥମିକ ସମବାୟ ସମିତି ଲି  ସଭାପତି ଶିବପ୍ରସାଦ ଖମାରୀ ସଭାପତିତ୍ବ କରିଥିଲେ।  ସଭାରେ ସମିତି ସମ୍ପାଦକ ଶିବ ଭୋଇ  ବାର୍ଷିକ ବିବରଣୀ ପାଠ କରିଥିଲେ। ୨୦୨୧/୨୦୨୨/୨୦୨୩    ବଜେଟ ଆୟ ଓ ଖର୍ଚ୍ଚ ଆଲୋଚନା ହୋଇ ମଂଜୁରୀ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଉଦ୍ଧବ ବାରିକ ଓ ସମ୍ମାନୀତ ଅତିଥି ଭାବେ ଭେଡେନ ସହକାରୀ ଶାଖା ପରିଚାଳକ ଅମିୟ ମାହାଣା ଯୋଗ ଦେଇଥିଲେ। ଏଥିରେ ବଡଚାଷୀ, ଛୋଟ ଚାଷୀ, ନାମ ମାତ୍ର ଚାଷୀ, ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ଉପଦେଷ୍ଟା ଓ ବର୍ତମାନର ଉପଦେଷ୍ଟା ପରିଷଦ ସଦସ୍ୟ , ସଦସ୍ୟା ମାନେ ଉପସ୍ଥିତ ରହି ଆଲୋଚନା ରେଅଂଶଗ୍ରହଣ କରିଥିଲେ।  ସଭାରେ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଶଦଭାବେ ଆଲୋଚନା ହୋଇଥିଲା, ଯଥା ଠିକ ସମୟରେ ସାର ପାଇବା, ଧାନ ବିକ୍ରୟ କରିବା, ସରକାରଙ୍କ ଦ୍ଵାରା ଏକ ଲକ୍ଷ ପର୍ଯ୍ୟନ୍ତ ସୁଧ ମୁକ୍ତ ରୁଣ ନେଇ ଠିକ ସମୟରେ ପରିଶୋଧ କରି ସରକାରଙ୍କ ରିହାତି ଯୋଜନା ଗୁଡିକ ଫଳପ୍ରଦ କରିବା, କୃଷି ଓ କୃଷକ ର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଙ୍କ ନିୟମ ଅନୁସାରେ ସୁବିଧା ସୁଯୋଗ ନେବାପାଇଁ   ସଭା ରେ ଆଲୋଚନା ହୋଇଥିଲା। ଏହି ସମୟରେ ରେମଣ୍ଡା ପ୍ରାଥମିକ ସମବାୟ ସମିତି ଲି ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩୧/୩/୨୦୨୩---୬,୪୫ Sakhigopal News,31/3/2023

Blog Archive

Popular Posts