ପୋଖରୀରୁ ହରିଣ ଛୁଆ ଉଦ୍ଧାର କଲେ ଗ୍ରାମବାସୀ
ସାକ୍ଷୀଗୋପାଳ ----- ପାଣି ଓ ଖାଦ୍ୟ ଅନ୍ୱେଷଣରେ ଏବେ ହରିଣ ଗ୍ରାମ ଅଭିମୁଖେ । ସତ୍ଯବାଦୀ ଥାନା ଅନ୍ତର୍ଗତ ଚକ୍ରପଡା ଗ୍ରାମର ପଦ୍ମ ପୋଖରୀରେ ପଡିଯାଇଥିବା ହରିଣ ଛୁଆ କୁ ଗ୍ରାମବାସୀ ମାନେ ଉଦ୍ଧାର କରିଛନ୍ତି । ଏ ସଂପର୍କରେ ଖବର ପାଇ ପୁରୀ ଜିଲା ସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ଦାସ ପୁରୀ ବନ୍ଯପ୍ରାଣୀ ଅଫିସକୁ ଟେଲିଫୋନ କରି ଜଣାଇ ଥିଲେ । ଗ୍ରାମର ଦୁର୍ଯ୍ୟୋଧନ ବେଜ, ପ୍ରକାଶ ସାହୁ, ରୋଷନ ଜେନା,ଅରୁଣ ବେଜ, କୁଳମଣି ସାହୁ,ସଞ୍ଜୟ ବର ଓ ଭାଗୀରଥି ଜେନା ପୋଖରୀରେ ପଶି ଚାରିପଟୁ ଜଗି ହରିଣ ଛୁଆ କୁ ଉଦ୍ଧାର କରିଥିଲେ । ଖବରପାଇ ସହକାରୀ ବନ୍ଯ ପ୍ରାଣୀ ସଂରକ୍ଷକ ଉତ୍ତମ କୁମାର ଗଡନାୟକ ପଟ୍ଟନାୟିକିଆ ବନବିଭାଗ କୁ ଜଣାଇ ଥିଲେ । ବନରକ୍ଷୀ ଗୀତାଞ୍ଜଳି ବେହେରା ଗ୍ରାମରେ ପହଞ୍ଚି ହରିଣ ଟିକୁ ପୁରୀ ପଠାଇ ଥିଲେ । ଅକ୍ଷତ ଅବସ୍ଥାରେ ହରିଣ ଛୁଆଟିକୁ ଉଦ୍ଧାର କରାଯାଇ ପାରିଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୩/୨୦୨୩---୯,୧୦ Sakhigopal News,27/3/2023