ଅବକାରୀ ବିଭାଗ ର ଚଢ଼ାଉ ,୨୩୫ ଲିଟର ମଦ ସହ କାର ଜବତ , ୩ ଗିରଫ
ଭଞ୍ଜନଗର - ଭଞ୍ଜନଗର ଥାନା ଅନ୍ତର୍ଗତ ୩ଟି ଗାଁ ଉପରେ ଅବକାରୀ ବିଭାଗର ଚଢ଼ାଉ କରି ୨୩୫ ଲିଟର ମଦ ସହ ଏକ କାର ଓ ତିନି ଜଣଙ୍କୁ ଗିରଫ କରିଛି । ଉକ୍ତ ଗ୍ରାମ ଗୁଡିକ ହେଲା ଜିଲୁଣ୍ଡି,ଲାଲସିଂ ଓ ବିଝାଟିତଇଲା । ବେଆଇନ ଦେଶୀ ମଦ ଚାଲାଣ ଓ ମଦ ବିକ୍ରି ବେଳେ ୩ଜଣକୁ ଗିରଫ କରିଛି ଭଞ୍ଜନଗର ଅବକାରୀ ବିଭାଗ । ଘଟଣା ସ୍ଥଳରୁ ଜବତ ୧୦୦୦ ଲିଟର ପୋଚ ନଷ୍ଟ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବିଝାଟିତଇଲା ଗ୍ରାମର ଲଗନ୍ ବେହେରା,ଜିଲୁଣ୍ଡି ଗ୍ରାମର ଶ୍ରୀନିବାସ ନାଇକ ଓ ଲାଲସିଂ ଗ୍ରାମର ବିଜୟ ପ୍ରଧାନ। ଅବକାରୀ ଅଧିକ୍ଷକ ଦେବୀ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ କରାଯାଇଥିଲା । ସୂଚନା ପ୍ରକାରେ ଭଞ୍ଜନଗର ଅବକାରୀ ଅଧିକାରୀ ଅଲ୍ଲିଭା ମାଝି ସମେତ କର୍ମଚାରୀ ଉକ୍ତ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ କୈଣସି ସୁତ୍ରରୁ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଏକ କାରଜବତ କରିବା ସହ ୩ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଭଞ୍ଜନଗର ଅବକାରୀ ଅଧିକାରୀ ଅଲ୍ଲିଭା ମାଝି ସୁଚନା ଦେଇଛନ୍ତି । ଏହି ଘଟଣାକୁ ନେଇ ଅବକାରୀ ଥାନା କେସନଂ ୧୫୬.୧୫୭ ଓ ୧୫୮/୨୩ରେ ମାମଲା ହେଇଥିବା ଜଣାପଡିଛି ।ଏହି ଚଢାଉ ବଳବତ୍ତ ରହିବ ବୋଲି ଅବକାରୀ ଅଧିକାରୀ ଶ୍ରୀମତୀ ମାଝି କହିଛନ୍ତି । ଚଢାଉରେ ଏଏସଆଇ ନିରଞ୍ଜନ ବେହେରା ,ସନାତନ ନାହକ,ସୁବଳ ପ୍ରଧାନ, କୃଷ୍ଓଣଚନ୍ଦ୍ର ସେଠୀ, ଜଗନ୍ନାଥ ମହାପାତ୍ର ଓ ସ୍ବାଧୀନ ସାହୁ ପ୍ରମୁଖ ସାମିଲ ହୋଇଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୩/୨୦୨୩---୯,୧୦ Sakhigopal News,24/3/2023