Breaking News

ବିଶ୍ୱର ଶାନ୍ତି ପାଇଁ ଅଖଣ୍ଡ ଜ୍ୟୋତି ଅର୍ପଣ ଏବଂ ଆଧ୍ୟାତ୍ମିକ ଧର୍ମସଭା



ଜଟଣୀ : ଖୋର୍ଦ୍ଧା ଜିଲ୍ଲା ଜଟଣୀ ଜାମୁକୋଳି ନିକଟ ଲବଣଗିରି ମହିମା ଆଶ୍ରମରେ 37 ତମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହେବା ସହିତ ଓଡ଼ିଶାର ଦ୍ୱିତୀୟ ବୃହତ ଧୁନୀ ମଣ୍ଡପ ପ୍ରତିଷ୍ଠା କରାଯାଇଛି । ଆଶ୍ରମ ମୁଖ୍ୟ ଉଦ୍ୟୋକ୍ତା ସାଧୁ ଅନାମ ଚରଣ ଦାସ ଙ୍କ ତତ୍ୱାବଧାନରେ ଆୟୋଜିତ ଧୁନୀ ମଣ୍ଡପ ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ମହିମା ସମାଜର ସଭାପତି ସାଧୁ ଶୁକଦେବ ଦାସ , ନିତ୍ୟାନନ୍ଦ ଦାସ,ହରମୋହନ ଦାସ,ପ୍ରସନ୍ନ କୁମାର ଦାସ, ବ୍ରଜକିଶୋର ଦାସ,ମୁରଲୀଧର ଦାସଙ୍କ ସହିତ ଶତାଧିକ ସିଦ୍ଧ ପୁରୁଷ ସାଧୂସନ୍ଥ ମାନେ ଉପସ୍ଥିତ ଥିଲେ । ହିନ୍ଦୁ ଧର୍ମର ଅଦୈତ୍ୱ ଧର୍ମବାଦ ହେଉଛି ମହିମା ଧର୍ମ । ଭାରତୀୟ ସଂସ୍କୃତିର ସୁରକ୍ଷା ଏବଂ ପ୍ରଚାର ପ୍ରସାର ପାଇଁ ବ୍ରତୀ ଥିବା ସାଧୁ ଅନାମ ଚରଣ ଦାସ ଦୀର୍ଘ 37 ବର୍ଷ ହେଲାଣି ଏହି ଲବଣଗିରି ମହିମା ଆଶ୍ରମରେ କାର୍ଯ୍ୟକ୍ରମ ପରିଚାଳନା କରି ଆସୁଛନ୍ତି । ଆଶ୍ରମରେ ପ୍ରତିବର୍ଷ ଏହି ମହିମା ମହୋତ୍ସବ ଆୟୋଜିତ ହୋଇଥାଏ । ଏଠାକୁ ଆଖପାଖ ଅଞ୍ଚଳର, ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ ଭକ୍ତ, ଅନୁଗାମୀ ମାନେ ଆସିଥିଲେ ।
       ପ୍ରସିଦ୍ଧ ଯୋରନ୍ଦା ଗାଦି ପରେ ଏଠାରେ ଦ୍ୱିତୀୟ ବୃହତ ଧୁନୀ ମଣ୍ଡପ ନିର୍ମାଣ ହୋଇଛି | ନିର୍ମାଣ ପାଇଁ ପ୍ରାୟ ୨ ବର୍ଷ ସମୟ ଲାଗିଛି ଏବଂ ଏଥିରେ ହୋଇଥିବା ସମସ୍ତ ଖର୍ଚ୍ଚ ମହିମା ସମାଜର ଭକ୍ତ, ଅନୁଗାମୀ ମାନେ ନିଜସ୍ୱ ଅର୍ଥ ରେ କରିଛନ୍ତି ବୋଲି ସୂଚନା ମିଳିଛି । ସାଧୁ ଅନାମ ଚରଣ ଦାସ ଙ୍କ କହିବା ଅନୁସାରେ ବିପଥଗାମୀ ମଣିଷ ମାନଙ୍କୁ ସଠିକ ମାର୍ଗରେ ପରିଚାଳନା କରିବା ପାଇଁ ଏହି ଆଶ୍ରମରେ ଦୈନିକ ଜ୍ଞାନ ଚର୍ଚ୍ଚା, ସାଧୁବାଣୀ, ଶାସ୍ତ୍ର ଆଲୋଚନା ହୋଇଥାଏ । ଲବଣଗିରି ମହିମା ଆଶ୍ରମରେ ଏହି ବ୍ରହ୍ମ ଯଜ୍ଞ ପାଇଁ ରବିବାର ବ୍ରାହ୍ମ ମୁହୂର୍ତ୍ତରୁ ଅଖଣ୍ଡ ଜ୍ୟୋତି ଅର୍ପଣ କରାଯାଇଥିଲା । ସନ୍ଧ୍ୟା ସମୟରେ ବ୍ରହ୍ମ ଧ୍ୱନିରେ ଘୃତାହୁତି, ବ୍ରାହ୍ମନାମ ଭଜନ ସହ ସମୂହ ପ୍ରାର୍ଥନା କରାଯାଇଥିଲା । ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୩/୨୦୨୩---୯,୫୦ Sakhigopal News,26/3/2023

Blog Archive

Popular Posts