Breaking News

ବିଶ୍ୱ ଜଙ୍ଗଲ ଦିବସ ଓ କବିତା ଦିବସ ପାଳନ



ଡେଲାଙ୍ଗ :ମାର୍ଚ୍ଚ ଏକୋଇଶି ବିଶ୍ୱ ଜଙ୍ଗଲ ଦିବସ ଓ ବିଶ୍ୱ କବିତା ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟର ଅଧ୍ୟକ୍ଷ ତଥା ପ୍ରକୃତି ମିତ୍ର ଓ ଆଇନଜୀବୀ ହୃଷୀକେଶ ପାଢ଼ୀ ଓ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ନିତ୍ୟାନନ୍ଦ ସ୍ୱାଇଁ  ରେଞ୍ଚ ସ୍ଥିତ ବିଦ୍ୟୁତ ସେବାକେନ୍ଦ୍ର, ଇ -ଷ୍ଟାମ୍ପଙ୍ଗି ସେବାକେନ୍ଦ୍ର,ସ୍ମାର୍ଟ ଜୋନ ସମ୍ମୁଖରେ ଚାରୋଟି ବାଦାମ ଚାରା, ଦେବଦାରୁ ଚାରା ରୋପଣ କରି ଜନସଚେତନତା ସୃଷ୍ଟି କରିଛନ୍ତି | ଶ୍ରୀଯୁକ୍ତ ପାଢ଼ୀ ପରିବେଶ ସମ୍ବନ୍ଧୀୟ କବିତା  ତାଙ୍କ ରଚିତ  " ଗଛ ହସିଲେ ଜଗତ ହସେ  ' ପୁସ୍ତକରୁ ପଢି ଉପସ୍ଥିତ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ | ଗ୍ଲୋବାଲ ୱାର୍ମିଂ ରୁ ରକ୍ଷା ପାଇବା ପାଇଁ ଗଛ ଲଗାଇବା ଜରୁରୀ ବୋଲି ଶ୍ରୀଯୁକ୍ତ ସ୍ୱାଇଁ ମତବ୍ୟକ୍ତ କରିବା ସହ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ନିବେଦନ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ମୋହରିର ଶ୍ରୀନିବାସ ସାହୂ, ଭଗବାନ ପ୍ରଧାନ,ଛାତ୍ରୀ ସରୋଜିନୀ ସ୍ୱାଇଁ, ମମତା ବାରିକ,ସ୍ମାର୍ଟ ଜୋନର ସତ୍ୱାଧିକାରୀ ଶତିକାନ୍ତ ସ୍ୱାଇଁ,ସବ୍ୟସାଚୀ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ  | ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୩/୨୦୩----୯,୩୫ Sakhigopal News,21/3/2023

Blog Archive

Popular Posts