Breaking News

ଟ୍ରକ୍ ସହ ବାଇକ୍ ଦୁର୍ଘଟଣା, ଜଣେ ମୃତ ,ଟ୍ରକ ଡ୍ରାଇଭର ଫେରାର




ଭଞ୍ଜନଗର -  ଟ୍ରକ୍ ସହ ବାଇକ୍ ଦୁର୍ଘଟଣା । ଘଟଣା ସ୍ଥଳରେ ବାଇକ୍ ଚାଳକର ମୃତ୍ୟୁ ହୋଇଥିବା ବେଳେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ଦଶପଲ୍ଲା ରାସ୍ତାର ଖୁରୁଡୁପଲ୍ଲୀ ଛକ ନିକଟରେ ଘଟିଛି ଏଭଳି ଘଟଣା । ମୃତ ବାଇକ୍ ଚାଳକ ଜଣକ ନିକଟସ୍ଥ ଗାୟାଗଣ୍ଡା ଗାଁ ର ରୋହିତ ନାୟକ ବୋଲି ଜଣାପଡିଛି । ତାରାସିଙ୍ଗି ରୁ ଗାୟାଗଣ୍ଡା ଅଭିମୁଖେ ଯାଉଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଏକ ଟ୍ରକ୍ ସହ ବାଇକ୍ ଦୁର୍ଘଟଣା ଘଟିଥିଲା । ଏହି ଦୁଘର୍ଟଣା  ତାରାସିଙ୍ଗି  ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତ୍ୟୁ ବାଇକ୍ ଚାଳକର ମୃତଦେହ କୁ ଜବତ କରିବା ସହ ତଦନ୍ତକରି ଭଞ୍ଜନଗର ବ୍ୟବଛେଦ ଗୃହକୁ ପଠାଇ ଦିଆଯାଇଛି ।ଏହି ଘଟଣାକୁ ନେଇ ତାରସିଂ ଥାନାରେ ୯୬/୨୩ରେ ମାମଲା ରୁଜୁ ହେଇଥିବା ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ  କହିଛନ୍ତି ।ଦୁର୍ଘଟଣା ଘଟାଇଥିବା ଟ୍ରକକୁ ତାରସିଂ ପୁଲିସ ଜବତ କରିଥିବା ବେଳେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ଥିବା ତଦନ୍ତକାରୀ ଅଫିସର ଗୋପାଳ କୃଷ୍ଣ ପାଢୀ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୩/୨୦୨୩----୯,୨୫ Sakhigopal News,18/3/2023

Popular Posts