ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ରେ ଇକୋକ୍ଲବର କାର୍ଯ୍ୟ କ୍ରମ
ଭଞ୍ଜନଗର ---- ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ,ଭଞ୍ଜନଗରରେ ଇକୋକ୍ଲବର ଏକ ଅନନ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଉତ୍ସବର ଆବାହକ ଥିଲେ ବିଦ୍ୟାଳୟର ଏନ୍ ସି ସି ଆର୍ମୀ ଅଫିସର ତଥା ଇକୋକ୍ଲବର ଆବାହକ ଶିକ୍ଷକ ଶ୍ରୀ ଶ୍ୟାମା ପ୍ରସାଦ ମିଶ୍ର I ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ମଧ୍ୟରେ ଥାଇ ସୁଦ୍ଧା ସରକାରୀ ନିର୍ଦ୍ଦେଶନାକୁ ସମ୍ମାନ ପ୍ରଦାନ କରିବା ସହ ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକଙ୍କ ଦୃଢ ମନୋବୃତ୍ତି ଯୋଗୁଁ ଏହା କେବଳ ସମ୍ଭବ ହୋଇପାରିଛି I ଏଥିରେ ଯୋଗ ଦେଇଥିଲେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଇକୋକ୍ଲବର ଅଗ୍ରଗାମୀ ବାର୍ତ୍ତାବହ ଭାବରେ l କାର୍ଯ୍ୟକ୍ରମର ପ୍ରଥମଭାଗରେ ବର୍ଷ ବ୍ୟାପି ଆୟୋଜିତ ହେବାକୁ ଥିବା ଏହି ସଂସ୍କାର ମୂଳକ କାର୍ଯ୍ୟକ୍ରମର ପ୍ରଥମ ଚରଣରେ " ପ୍ଲାଷ୍ଟିକ କୁ ନା " ଓ " ପରିବେଶ ଅନୁକୂଳ ଜୀବନ ଶୈଳୀ " ସମ୍ପର୍କିତ ଏକ ସେମିନାର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଦ୍ଵିତୀୟ ଚରଣରେ କାନ୍ଥ ଚିତ୍ର ପ୍ରତିଯୋଗିତା ଆୟୋଜିତ ହୋଇଥିଲା I ଆଲୋଚନା ଚକ୍ରରେ ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକ " ପରିବେଶ ବଞ୍ଚିଲେ ଆମେ ବଂଚିବା ଓ ପ୍ଲାଷ୍ଟିକ ଡ୍ରଷ୍ଟିକ (ବିପଦପୂର୍ଣ୍ଣ )ଅଟେ " ବୋଲି ମତ ଦେଇଥିଲେ । ପ୍ଲାଷ୍ଟିକ କୁ ନା " ଓ " ପରିବେଶ ଅନୁକୂଳ ଜୀବନ ଶୈଳୀ "ଉପଲକ୍ଷେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ଛାତ୍ର ଛାତ୍ରୀଙ୍କୁ ସାମାଜିକ ବାର୍ତ୍ତାବହ ହିସାବରେ ଶୁଭେଚ୍ଛା ଜଣାଇବା ସହ ଶିକ୍ଷକମାନେ ଉତ୍ସାହିତ କରିଥିଲେ । ଆଗାମୀ ଦିନ ରେ ଏହି ବିଦ୍ୟାଳୟ କୁ ଏକ ପ୍ଲାଷ୍ଟିକ ମୁକ୍ତ ବିଦ୍ୟାଳୟ ରେ ପରିଣତ କରାଯିବା ନିମନ୍ତେ ସଂକଳ୍ପ ଗ୍ରହଣ କରାଯାଇଥିଲା । ଇକୋକ୍ଲବ ମେମ୍ବର ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ , ସସ୍ମିତା ନାୟକ , ବିଳାସିନୀ ଜେନା , ସ୍ୱପ୍ନେଶ୍ୱରୀ ଦିଗାଲ୍ , ଇକୋକ୍ଲବ ଉପଦେଷ୍ଟା ଶଙ୍କର ପ୍ରସାଦ ପଟନାୟକ , ସନ୍ତୋଷ ବେହେରା , ଅମିତ କୁମାର ବେହେରା , ଇପ୍ରିୟମ୍ ବଡରଇତ , ବିଷ୍ଣୁ ପ୍ରିୟା ସ୍ୱାଇଁ, ଜ୍ୟୋତ୍ସ୍ନା ରାଣୀ ନାୟକ , ନମିତା କୁମାରୀ ବିଷୋୟୀ ପ୍ରମୁଖ ଏହି କାର୍ଯ୍ୟ କ୍ରମ ରେ ସକ୍ରିୟ ସହଯୋଗ କରିଥିଲେ। ସରକାରଙ୍କ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ଇକୋକ୍ଲବ ମେମ୍ବର ମାନଙ୍କୁ ଶ୍ରୀ ମିଶ୍ର ସାଧୁବାଦ ଜ୍ଞାପନ କରିଥିଲେ। ଆଗାମୀ ଦିନ ରେ ଏହି ବିଦ୍ୟାଳୟ କୁ ଏକ ପ୍ଲାଷ୍ଟିକ ମୁକ୍ତ ବିଦ୍ୟାଳୟ ରେ ପରିଣତ କରାଯିବ ବୋଲି ମତ ଦେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୩/୨୦୨୩----୭,୨୦ Sakhigopal News,29/3/2023