Breaking News

ରାଜସ୍ତାନ ଗ୍ରସ୍ତ ରେ ସତ୍ୟବାଦୀ ର ଝିଅ ସ୍ମୃତିରେଖା ନାୟକ, ସଫଳତା ପାଇଁ ଆଶୀର୍ବାଦ


ସାକ୍ଷୀଗୋପାଳ----- ଓଡିଶା ଟାଇକୋଣ୍ଡୋ ସଙ୍ଘ ଏବଂ ପୁରୀ ଟାଇକୋଣ୍ଡୋ ସଙ୍ଘ ର ମିଳିତ ଆନୁକୂଲ୍ୟରେ ଚଳିତ ମାସ 11ଓ 12ତାରିଖ ପୁରୀ ରେଲୱେ ଇଣ୍ଡୋର ଷ୍ଟାଡିଅମ ରେ ଅନୁଷ୍ଠିତ 34ତମ ଓଡିଶା ଅଫିସିଆଲ ରାଜ୍ୟ ସ୍ତରୀୟ ସବ ଜୁନିଅର ଓ ଷଷ୍ଠ କାଡେଟ କିରୋଗୀ ଏବଂ ଷଷ୍ଠ ପମସେ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି l ଏହି ପ୍ରତିଯୋଗିତା ରେ ପ୍ରାୟ ସମସ୍ତ ଜିଲ୍ଲା ରୁ 500ରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିଲେ l ଏଥିରେ ପୁରୀ ଜିଲ୍ଲା ର ସତ୍ୟବାଦୀ  ସ୍ଥିତ ହାନା ଟାଇକୋଣ୍ଡୋ ଏକାଡେମୀ ର ମୁଖ୍ୟ କୋଚ ଦୀପକ ପ୍ରଧାନ ଙ୍କ ତତ୍ୱାବଧାନ ରେ 6  ଜଣିଆ ଏକ ଟିମ ଅଂଶଗ୍ରହଣ କରିଥିଲେ l ଦୁଇ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତା ରେ ସବ ଜୁନିଅର ବିଭାଗ ରେ ଆୟୁଧ ନାରାୟଣ ଗୌଡୁ (25kg), ଆୟୁସ୍ମାନ ମିଶ୍ର (38kg), ଏବଂ ରଶ୍ମି ରଞ୍ଜନ ମହାପାତ୍ର (50kg)ବର୍ଗ ରେ କଂସ୍ୟ ପଦକ ପାଇଥିବା ବେଳେ ଦେବଦତ୍ତ ମଙ୍ଗରାଜ (44kg)ରୌପ୍ୟ ପଦକ ପାଇଥିଲେ ।  ସେହିପରି କାଡେଟ କିରୋଗୀ ଭିଭାଗ ରେ ସୁରେନ୍ଦ୍ର ନାୟକ ଙ୍କ ଝିଅ ସ୍ମୃତି ରେଖା ନାୟକ 59kg ବର୍ଗ ରେ 16ଜଣକୁ ହରାଇ ସ୍ଵର୍ଣ ପଦକ ହାସଲ କରି ଜାତୀୟ ସ୍ତର ପାଇଁ ମନୋନୀତ ହୋଇଛନ୍ତି l ଆସନ୍ତା 28ରୁ 31ତାରିଖ ପର୍ଯ୍ୟନ୍ତ ରାଜସ୍ତାନ ର କୋଟା ରେ ହେବାକୁ ଥିବା ଅଫିସିଆଲ ଜାତୀୟ ସ୍ତର ରେ ଭାଗ ନେବେ। ରବିବାର  ଭୁବନେଶ୍ୱର ରୁ ଗ୍ରସ୍ତ କରିବେ ରାଜସ୍ତାନ ବୋଲି ଜଣାପଡିଛି l ଓଡିଶା ଟାଇକୋଣ୍ଡୋ ସଙ୍ଘ ର general secretary ମନମୋହନ ଭଞ୍ଜ କୃତଜ୍ଞତା ଜଣେଇଛନ୍ତି । କୋଚ ଦୀପକ ପ୍ରଧାନ ଏବଂ ଏକାଡେମୀ ର ମୁଖ୍ୟ ସତ୍ୟନାରାୟଣ ମିଶ୍ର, ସୀତାକାନ୍ତ ମହାପାତ୍ର, ଉମାକାନ୍ତ ମିଶ୍ର, ହର ଭାଇ ଏବଂ ରଘୁନାଥ ରଥ, ଡଃ ଅଭିମନ୍ୟୁ ବରାଳ କୃତଜ୍ଞନ୍ତା ଜଣାଇବା ସହ ସଫଳତା ପାଇଁ ଆଶୀର୍ବାଦ କରିଛନ୍ତି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୬/୩/୨୦୨୩----୧୦,୧୫ Sakhigopal News,26/3/2023

Blog Archive

Popular Posts