ପ୍ରଥମ ଦିନରେ ସାକ୍ଷୀଗୋପାଳ ମଣ୍ଡିରୁ ଇ-ନାମ ମାଧ୍ୟମରେ କଟକର ବେପାରୀ କିଣିଲେ ପାଚିଲା କଦଳୀ ; ୩୦ କୁଇଣ୍ଟାଲ ୨୫ କେଜି ପାଚିଲା କଦଳୀ ବିକ୍ରୟ
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ପ୍ରଥମ କରି ଇ-ନାମ ମାଧ୍ୟମରେ ପାଚିଲା କଦଳୀ ବେପାର ଆରମ୍ଭ ହୋଇଛି । ସାକ୍ଷୀଗୋପାଳ ଆରଏମସି ମଣ୍ଡିରେ ପ୍ରଥମ କରି ପଫୁନ ମହାନ୍ତି ସାକ୍ଷୀଗୋପାଳ ଆରଏମସି ଅଧିନର ଚାଷୀ ହୋଇଥିବା ବେଳେ ଓ ବସନ୍ତ କୁମାର ସାହୁ ଚନ୍ଦନପୁର ଆରଏମସି ଚାଷୀ ଅଟନ୍ତି । ଦୁଇ ଜଣ କଦଳୀ ବେପାରୀ ମଣ୍ଡିରେ ଇ-ନାମ ମାଧ୍ୟମରେ ବେପାର କରିଛନ୍ତି । ଏହି ଦୁଇ ଜଣଙ୍କର କଦଳୀ କେନ୍ଦୁପାଟଣା ଆରଏମସି ମଣ୍ଡି ପକ୍ଷରୁ କଟକର ଚାନ୍ଦିନିଚୌକର ଅନନ୍ତ ଆଚାର୍ଯ୍ୟ ବେପାରୀ ଇ-ନାମ ମାଧ୍ୟମରେ ୩୦ କୁଇଣ୍ଟାଲ ୨୫ କେଜି କଦଳୀ କିଣିଛନ୍ତି । କଦଳୀ କୁଇଣ୍ଟାଲ ପିଛା ୩୨ଶହ ଟଙ୍କା ଦରରେ କିଣିଥିଲେ । ପ୍ରଥମ ଦିନରେ ୯୬ ହଜାର ୮ଶହ ଟଙ୍କା କାରବାର କରାଯାଇଥିବା ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ହିସାବ ନୀରିକ୍ଷକ ଜଗତ ଜ୍ୟୋତି ସାହୁଙ୍କ ଠାରୁ ସୁଚନା ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଇ-ନାମ ମାଧ୍ୟମରେ କରାଯାଇଥିବା କିଣାବିକା କରିବା ସହିତ ପେମେଣ୍ଟ ମଧ୍ୟ ସେହିପରି ଅନଲାଇନି ମାଧ୍ୟମରେ କରାଯାଉଛି ବୋଲି ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟିର ସମ୍ପାଦକ କମଳ କୁମାର ଆଚାର୍ଯ୍ୟ କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସାକ୍ଷୀଗୋପାଳ ନେଡାଲ ଅଫିସର ସୁରେନ୍ଦ୍ର କୁମାର ଦତ୍ତ, ମଣ୍ଡି ପରିଚାଳନାବିଶ୍ୱରଞ୍ଜନ ମହାନ୍ତି ଓ ସୁବତ୍ର କୁମାର ସାମନ୍ତରାୟଙ୍କ ସହିତ କଟକ ଜିଲ୍ଲାର କେନ୍ଦୁପାଟଣା ମଣ୍ଡିର ରୁଦ୍ରବ୍ରହ୍ମ ମିଶ୍ର ଓ ବିରଞ୍ଚି ନାରାୟଣ ମିଶ୍ର ଉପସ୍ଥିତ ରହି ଇ-ନାମ ମାଧ୍ୟମରେ କଦଳୀ କିଣାବିକାରେ ବେପାରୀ ମାନଙ୍କୁ ସହଯୋଗ କରିଥିଲେ । ଯାହା ଫଳରେକି ସତ୍ୟବାଦୀରେ ଏବେ କଦଳୀ ବେପାରୀ ମାନେ କଦଳୀ ଶାଗ ମାଛରେ ବିକ୍ରୟ ନ କରି ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟି ମାଧ୍ୟମରେ କଦଳୀ କିଣାବିକା କରିବେ ବୋଲି ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୩/୨୦୨୩---୮,୧୦ Sakhigopal News, 22/3/2023