Breaking News

ପୁରୀ- ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର ସାକ୍ଷୀଗୋପାଳ ଓଭରବ୍ରିଜ ନିକଟରେ ସରକାରୀ ଜମି , ନୟନଯୋରୀ ଏବେ ଜମି ମାଫିଆଙ୍କ କବଜାରେ

  

 


ସାକ୍ଷୀଗୋପାଳ---- ସତ୍ୟବାଦୀ ତହସିଲ ଅନ୍ତର୍ଗତ ଜଳସେଚନ କାର୍ଯ୍ୟାଳୟ ନିକଟରେ ତଥା ୩୧୬ନଂ ଜାତୀୟ ରାଜପଥର ଓଭରବ୍ରିଜ ନିକଟରେ ଥିବା ସରକାରୀଜମି ବା ନୟନଯୋରୀ ଏବେ ଜମି ମାଫିଆଙ୍କ ନଜରରେ ରହିଛି । ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥ କରରେ ବହୁ ଦିନରୁ ରତ୍ନଚିରା ଖଲାସି ଠାରୁ ଏକ ନୟନଯୋରୀ ରାସ୍ତା କରରେ ରହିଥିଲା । ଏହି ନୟନଯୋରୀ ଏବେ ଲୋକମାନେ ମାଡିବସିବା ସହିତ ଏବେ ଜମି ମାଫିଆଙ୍କ ନଜରରେପଡିଛି । ରାସ୍ତା କରରେ ଥିବା ଜମି କିଣିନେବା ପରେ ଅଧିକାରୀ ମାନଙ୍କୁ ହାତ କରି ଉକ୍ତ ନୟନଯୋରୀ ଉପରେ ମାଟି ପକାଇ ପ୍ରଥମେ ନିଜ ଜମିକୁ ଯିବା ପାଇଁ ରାସ୍ତା ନିର୍ମାଣ କରାଯାଇଥିଲା । ସେ ସମୟରେ କେହି କିଛି ନ କହିବାରୁ ବା ମାଟି ପୋତିବା ସମୟରେ କୌଣସି ଅଭିଯୋଗ ନ ହେବାରୁ ଅଧିକାରୀ ମାନେ ମଧ୍ୟ କିଛି କହିନଥିଲେ । ଏହାର ସୁଯୋଗ ନେଇ ଜମି ମାôଫିଆ ମାନେ ରାତିରେ ଉକ୍ତ ଜମି ଉପରେ ମାଟି ପୋତି ଦେଇ ନିଜ ଅକ୍ତିଆରକୁ ନେଇ ଯାଉଛନ୍ତି । ସୁଚନାଯୋଗ୍ୟ ଯେ ସାକ୍ଷୀଗୋପାଳ ଜଳସେଚନ ବିଭାଗ କାର୍ଯ୍ୟାଳୟ ପାଖକୁ ଲାଗି ଥିବା ନୟନଯୋରୀ ଏବେ ମାଟିରେ ପୋତା ଯାଉଛି । ଯାହା ଫଳରେକି ବର୍ଷା ଦିନରେ ବର୍ଷା ପାଣି ନିଷ୍କାସନରେ ବାଧା ସୃଷ୍ଟି ହେବ । ଏହାକୁ ନେଇ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂଙ୍କ ନିକଟରେ କିଛି ବ୍ୟକ୍ତି ବିଶେଷ ମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ସତ୍ôୟାଦୀ ତହସିଲଦାର କହିଛନ୍ତି ଯଦି ସେ ସରକାରୀଜମି ବା ନୟନଯୋରୀ ପୋତୁଥିବେ ତା ହେଲେ ସେମାନଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସୋନପତି, ୨୧/୩/୨୦୨୩---୮.୧୦   Sakhigopal News , 21/3/2023

Blog Archive

Popular Posts