Breaking News

ରାଜ୍ୟସ୍ତରୀୟ କବିତା ଆସର ଓ ସମ୍ବର୍ଦ୍ଧନା ପର୍ବ




ଜଟଣୀ --ଓଡିଶା ପ୍ରସିଦ୍ଧ ହରିରାଜପୁର ମେଳଣ ଅବସରରେ ଆଜି ସଂଧ୍ୟାରେ ଏକ ରାଜ୍ୟସ୍ତରୀୟ କବିତା ଆସର ଓ ସମ୍ବର୍ଦ୍ଧନ ପର୍ବ ଅନୁଷ୍ଠିତ ହୋଇଯାଇଛି। ମେଳଣ ପଡିଆସ୍ଥ ପିତାପାଣିଆ ମଞ୍ଚରେ ପଶ୍ଚିମ ଶମ୍ଭୁ ଯୁବ ସଂଗଠନ ପକ୍ଷରୁ ହୃଦଵାକ୍ୟ ଅନୁଷ୍ଠାନ ସୌଜନ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ବରିଷ୍ଟ ଶିକ୍ଷକ ତଥା ଶିଶୁ ସାହିତ୍ୟିକ ତ୍ରିଲୋଚନ ମହାପାତ୍ର ସଭାପତିତ୍ୱ କରିଥିଲେ ।  ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସଂଗ୍ରାମ କେଶରୀ ସାମନ୍ତରାୟ ଯୋଗ ଦେଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ  ପଶ୍ଚିମଶମ୍ଭୁ ଯୁବ ସଂଗଠନ ସଭାପତି ଅଶୋକ ସାମନ୍ତରାୟ, ସମ୍ପାଦକ ବାସୁଦେବ ସାହୁ , ରଘୁନାଥ ଜେନା, କବି ବିପିନ ବେହେରା, ପୁଷ୍ପା ମିଶ୍ର,କବି ଭିକାରି ଧଳ, ଅଭିମନ୍ୟୁ ବଳିୟାରସିଂ, ହରିରାଜପୁର ପୂର୍ବତନ ସରପଞ୍ଚ ପ୍ରସନ୍ନ ମହାରଥୀ, ଶିକ୍ଷକ ନେତା ଜବାହାରଲାଲ ସୁବୁଦ୍ଧି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକା ପ୍ରତିଭା ମହାରଥୀ ଯୋଗ ଗେଇଥିଲେ । ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ଦୋଳ ମେଳଣର ସ୍ଵନ୍ତରତ ଅନନ୍ୟ. ଗାଁ ସହିତ ଗାଁ, ମଣିଷ ସହିତ ମଣିଷର ଏବଂ ଭକ୍ତ ସହିତ ଭଗବାନଙ୍କ ସମ୍ପର୍କ ସ୍ଥାପନର ଏକ ବଳିଷ୍ଠ ଉତ୍ସବ ।ଓଡ଼ିଆର କଳା ଓ ସଂସ୍କୃତିକୁ ଉଜ୍ଜୀବିତ କରି ରଖିବା ପାଇଁ କବୀମାନଙ୍କର ଆମ ସମାଜରେ ଭୂମିକାର ଗରୁତ୍ବ ଅନେକ ବୋଲି ମତ ପ୍ରକାଶ ପାଇଥିଲା । ରାଜ୍ୟସ୍ତରୀୟ କବିତା ପାଠ ଉତ୍ସବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ସୁନାମଧନ୍ୟ କବି ଓ କବୟିତ୍ରୀ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥଙ୍କ ଉପରେ ସ୍ୱରଚିତ କବିତା ପାଠ କରିଥିଲେ । ଏହି ପରିପ୍ରେକ୍ଷୀରେ ଆୟୋଜକ ସଂଗଠନ ପକ୍ଷରୁ ଅତିଥିଙ୍କ ଦ୍ୱାରା "ପଞ୍ଚୁଦୋଳ ପ୍ରସଙ୍ଗ " ସ୍ମରଣିକା ଉନ୍ମୋଚନ କରାଯାଇଥିଲା।  50 ରୁ ଉର୍ଦ୍ଧ କବି ଓ କବୟିତ୍ରୀଙ୍କୁ ମାନପତ୍ର ଉତରୀୟ ଦେଇ   ସମ୍ବର୍ଦ୍ଧିତ କରାଯଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ କବି ତଥା ବରିଷ୍ଟ ଶିକ୍ଷକ ନରେନ୍ଦ୍ର ମୁଦୁଲି ସଂଯୋଜନା ଓ ପରିଚାଳନା କରିଥିଲେ । ଶେଷରେ ଶିକ୍ଷକ ମାନଗୋବିନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୩/୨୦୨୩----୮,୫୫ Sakhigopal News,15/3/2023

Blog Archive

Popular Posts