Breaking News

ଅଖାରେ ବନ୍ଧା ହୋଇ ନଦୀରେ ଭାସୁଥିବା ମହିଳାଙ୍କର ପରିଚୟ ମିଳିଲା, ସ୍ବାମୀ,ପୁଅ ଅଟକ

 ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ପରଜାପଡା ପଞ୍ଚାୟତର ଚିଲପାଟଣା ଗ୍ରାମ ମୁଣ୍ଡରେ ଭାର୍ଗବୀ ନଦୀର କୂଳରେ ଏକ ଆଖାରେ ବନ୍ଧା ହୋଇ ପଡ଼ିଥିଲା। ମହିଳା  ଅଖା ମଧ୍ୟରୁ ଏକ ହାତୀ ବାହାରି ପଡ଼ିଥିଲା । ଏହାକୁ ନେଇ ସତ୍ଯବାଦୀ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ବଳଙ୍ଗା ଥାନା ଅଧୀନରେ ଉଛୁପୁର ପଞ୍ଚାୟତର ଖଡ଼ିକୁଦା ଗ୍ରାମ ର ମହିଳା ଙ୍କ ଘର ବୋଲି ପୋଲିସ ଜାଣିବାକୁ ପାଇଥିଲା।  ସଙ୍ଗେ ସଙ୍ଗେ ବଳଙ୍ଗା ପୋଲିସ ମହିଳାଙ୍କ ସ୍ୱାମୀ : କପିଳା ସାହୁ ଓ ପୁଅ  ଅଭିମନ୍ୟୁ ସାହୁଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ।
ଘରେ ଚାହା କରିବା କୁ କେନ୍ଦ୍ର କରି ଶାଶୁ ଠକି ମଣି ସାହୁ ବୋହୁ ଙ୍କ ମଧ୍ୟରେ ଲାଗିଥିଲା ଝଗଡା । ପରେ ପରେ ଠକିମଣି ଆତ୍ମହତ୍ୟା କରିଥିଲେ ବୋଲି ପୁଅ ଓ ସ୍ବାମୀ ପୋଲିସ କୁ ସୂଚନା ଦେଇଥିଲେ। ତଥାପି ପୋଲିସ ଅଧିକ ତଦନ୍ତ କରିବା ପାଇଁ ଓ ସଠିକ କଥା ଜାଣିବା ପାଇଁ ପୁଅ ଅଭିମନ୍ୟୁ ର ସ୍ତ୍ରୀ ଙ୍କୁ ସତ୍ଯବାଦୀ ଥାନା କୁ ଡକାଇ ପଚରାଉଚରା କରୁଥିବା ଜଣାପଡିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୩/୨୦୨୩----୯,୫୦ Sakhigopal News,20/3/2023


Blog Archive

Popular Posts