ଡିଏଭି ପିଟି ଏସ୍ ଆର୍ ପବ୍ଲିକ୍ ସ୍କୁଲରେ ସାମାଜିକ ସେବା ଶିବିରି
ଭଞ୍ଜନଗର:--- ଡିଏଭି ପିଟି.ଏସ୍ .ଆର୍ ପବ୍ଲିକ୍ ସ୍କୁଲ ପରିସରରେ ଏକ ସାମାଜିକ ସେବା ଶିବିରିର କାର୍ଯ୍ୟକ୍ରମ କରାଯାଇଅଛି । ଏହି ଶିବିରରେ ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ୍ ସ୍କୁଲର ଅଷ୍ଟମ ଓ ନବମ ଶ୍ରେଣୀର ୩୦୦ ରୁ ଉର୍ଦ୍ଦ୍ବ ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ । ବିଦ୍ୟାଳୟର ଆଞ୍ଚଳିକ ନିର୍ଦ୍ଦେଶକ ପରିଚାଳକ ଡ. କେଶବଚନ୍ଦ୍ର ଶତପଥି ଓ ଅଧ୍ୟକ୍ଷା‐ଶ୍ରୀମତୀ ଇନ୍ଦ୍ରା ଭଟ୍ଟାଚାର୍ଯ୍ୟା ଛାତ୍ରଛାତ୍ରୀଙ୍କୁ ନିଜ ବିଦ୍ୟାଳୟ ପରିସରରୁ ସ୍ବାଗତ କରାଇ ଭଞ୍ଜନଗର ଡିଏଭି ଅଭିମୁଖେ ବିଦ୍ୟାଳୟକୁ ପଠାଇଥିଲେ । ଏହି ଶିବିରର ପରିଚାଳନା ତଥା ଆୟୋଜନ ଚନ୍ଦ୍ରଶେଖରପୁର ବିଦ୍ୟାଳୟର ସ୍କାଉଟ୍ ଓ ଗାଇଡ୍ ବିଭାଗର ପରିଚାଳକ(କ୍ୟାପଟେନ୍ )ଶ୍ରୀ ପ୍ରଦୀପ ପଣ୍ଡା ଓ ଏହି ଶିବିରର ପରିଚାଳିକା ଶ୍ରୀମତୀ ଚିନ୍ମୟୀ ମହାପାତ୍ର କରିଥିଲେ। ଡିଏଭି ପିଟି ଏସ୍ ଆର୍ ପରିବାର ତରଫରୁ ସମସ୍ତ ଛାତ୍ରଛାତ୍ରୀ ,ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀଙ୍କୁ ସ୍ବାଗତ ଜଣାଇଥିଲେ । ଉକ୍ତ ଶିବିରିର ସମସ୍ତ ପାର୍ଥୀ ଏଠାର ଶିକ୍ଷକମାନଙ୍କ ସହଯୋଗରେ ବିଜୁପଟ୍ଟନାୟକ ଶିଶୁଉଦ୍ୟାନକୁ ପରିଭ୍ରମଣ କରିଥିଲେ । ତତ୍ ପରେ ସନ୍ଧ୍ୟାବେଳେ ଡିଏଭି ପିଟି.ଏସ୍ .ଆର୍ ସ୍କୁଲର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ । ରବିବାର ଦିନ ସମସ୍ତ ଶିବିରରେ ଅଂଶଗ୍ରହଣକାରୀ ପ୍ରାତଃଭ୍ରମଣରେ ବିଦ୍ୟାଳୟର ନିକଟରେ ରହିଥିବା ଜଗତଜନନୀ ମା ସୁରାଦେବୀଙ୍କ ନିକଟକୁ ପରିଭ୍ରମଣ କରିଥିଲେ । ଭୁବନେଶ୍ବର ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜିଲୁଣ୍ଡି ଗ୍ରାମରେ ଏକ ସାମାଜିକ ସଚେତନ କାର୍ଯ୍ୟକ୍ରମ ତଥା (Nukad Natak )ପରିବେଷଣ ରଖିଥିଲେ । ତତ୍ ସହିତ ଭଞ୍ଜନଗରର ବଡ଼କୋଦଣ୍ତ ନିକଟସ୍ଥ ଚାକୁଣ୍ଡାପଲ୍ଲୀ ଗ୍ରାମରେ ରହୁଥିବା କୁଷ୍ଠରୋଗୀଙ୍କୁ କିଛି ଖାଦ୍ୟବସ୍ତ୍ର ପ୍ରଦାନ ସହିତ କିଛି ପରିବେଶ ସ୍ବଚ୍ଛତା କାର୍ଯ୍ୟକ୍ରମ ମଧ୍ୟ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୩/୨୦୨୩---୮,୫୦ Sakhigopal News,19/3/2023