ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ଦ୍ଵାରା ଚକ୍ଷୁ ଚିକତ୍ସା ଶିବିର ଓ ଚଷମା ବିତରଣ
ଜଟଣୀ --ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ପାରାମେଡିକ୍ସ ଆଣ୍ଡ ଆଲାଏଡ ହେଲଥ ସାଇନ୍ସେସ ତରଫରୁ ୩ ଦିନ ବ୍ୟାପି ୱାର୍ଲଡ ଅପ୍ଟମେଟ୍ରି ଡେ ପାଳିତ ହୋଇଯାଇଅଛି । ପ୍ରଥମ ଦିନରେ ଜଟଣୀ ଅନ୍ତର୍ଗତ ପାନବରଜ ପଞ୍ଚାୟତର ତୋଟାପଡା ଗ୍ରାମରେ ଏକ ନିଃଶୁଳ୍କ ଚକ୍ଷୁ ଚିକତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ୨୦୦ରୁ ଅଧିକ ଚକ୍ଷୁ ରୋଗୀଙ୍କର ଚିକତ୍ସା କରାଯାଇଥିଲା ତନ୍ମଧ୍ୟରୁ ୬୦ ଜଣଙ୍କୁ ମାଗଣା ଚଷମା ବିତରଣ କରାଯାଇଥିଲା। ଦ୍ଵିତୀୟ ଦିବସରେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଗୋଷ୍ଠୀ ନିଦାନ କେନ୍ଦ୍ରରେ ମଧ୍ୟ ଏକ ଚକ୍ଷୁ ଚିକିତ୍ସା ଶିବିର ପାଳିତ ହୋଇଥିଲା ।ଏହି ଶିବିରରେ ଖୋର୍ଦ୍ଧା ଅଞ୍ଚଳର ରାସନକାର୍ଡ ହିତାଧିକାରୀ ମାନେ ବହୁ ସଂଖ୍ୟାରେ ଯୋଗଦେଇ ସେମାନଙ୍କ ଚକ୍ଷୁ ପରୀକ୍ଷା କରାଇଥିଲେ । ତନ୍ମଧ୍ୟରୁ ଅନେକଙ୍କୁ ଚକ୍ଷୁ ପରୀକ୍ଷା ଅନୁଯାଇ ଚଷମା ବଣ୍ଟନ କରାଯାଇଥିଲା । ତୃତୀୟ ଦିବସରେ ୱାର୍ଲଡ ଅପ୍ଟମେଟ୍ରି ଡେ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ଲାୟନସ ଆଇ ହସ୍ପିଟାଲର ନିର୍ଦ୍ଦେଶକ ତଥା ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ପୂର୍ବତନ ମେଡିକାଲ ପ୍ରଫେସର ପ୍ରସନ୍ନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ରୋଟାରି ଆଇ କନକ୍ଳେଭର ମୁଖ୍ୟ ପ୍ରଫେସର ଡଃ ସାରଙ୍ଗଧର ସାମଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସାଇଟ ସେଭର୍ସ ଇଣ୍ଡିଆର ରାଜ୍ୟ କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୀ ଶିବ ପ୍ରସାଦ ବେହେରା ଓ ଲେନ୍ସକାର୍ଟର ଅପ୍ଟୋମେଟ୍ରିଷ୍ଟ ଶ୍ରୀ ଏସ.ଏମ ଇସ୍ଲାମ ଯଥାକ୍ରମେ ମୁଖ୍ୟ ବକ୍ତା ଓ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଚକ୍ଷୁରୋଗ ଓ ତାହାର ନିଦାନ ତଥା ଚକ୍ଷୁଚିକିତ୍ସାରେ ଆଧୁନିକ କୌଶଳ ଉପରେ ଆଲୋକପାତ କରିଥିଲେ । ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟର ଉପକୂଳପତି ପ୍ରଫେସର ବିଶ୍ୱଜିତ ମିଶ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସ୍କୁଲ ଅଫ ପାରାମେଡିକ୍ସର ଡିନ ପ୍ରଫେସର ସୁନୀଲ କୁମାର ଝା ଏସ୍ସିଲର କମ୍ପାନୀର ସହାୟତାରେ ରାଜ୍ୟ ବ୍ୟାପି ନିଃଶୁଳ୍କ ଚଷମା, ହିତାଧିକାରୀ ମାନଙ୍କୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି। କାର୍ଯ୍ୟକ୍ରମ ଶେଷରେ ବିଭାଗ ମୁଖ୍ୟା ଡଃ ସୌମ୍ୟା ଜାଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ପ୍ରଧ୍ୟାପକ ଓ ପ୍ରଧ୍ୟାପିକା ଯୋଗ ଦେଇଥିଲେ । ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୫/୩/୨୦୨୩----୯,୧୦ Sakhigopal News,25/3/2023