Breaking News

ଭଞ୍ଜନଗର ବନ ନିଗମ ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ସେବା ଶିବିର




ଭଞ୍ଜନଗର---- ସ୍ଥାନୀୟ ଓଡ଼ିଶା ବନ  ଉନ୍ନୟନ ନିଗମ ତରଫରୁ ତାରସିଂ ଉପଖଣ୍ଡ ଅଧିନସ୍ଥ ଦୋ ମୁହାଣୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ସ୍ବେଛାସେବୀ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ ହୋଇଯାଇଛି ।  ମାଗଣା ରୋଗୀ ଚିକିତ୍ସା ସାଙ୍ଗକୁ ଆବଶ୍ୟକୀୟ ଔଷଧ ପତ୍ର ବଣ୍ଟନ କରାଯାଇଛି । ଉକ୍ର ପଞ୍ଚାୟତର ରାଇଗୋଛା, ଟୁଇଁ ପଦର,ବଂଜର ସାହି,ଦୋ ମୁହାଣୀ, କୁଟୁଳି କୁମ୍ପା, ଗରୁଡୁ,ଖମଣ ସାହି,ନୂଆପଲ୍ଲୀ ,ବିଲ୍ଲୀପଡା ଆଦି ଗ୍ରାମର ପାଖା ପାଖି 368 ଜଣ ରୋଗୀଙ୍କୁ ନିଃଶୁଳ୍କ ଚିକିତ୍ସା ଉପଲବ୍ଧ କରାଯାଇଥିଲା ।
            ଭଞ୍ଜନଗର ବନ ନିଗମ ମୁଖ୍ୟ ପରିଚାଳକ ଶ୍ରୀ ଦିଲ୍ଲୀପ କୁମାର ରାଉତଙ୍କ ତତ୍ତ୍ୱାବଧାନରେ  ତଥା ଘୁମୁସର ଦକ୍ଷିଣ ବନ ଖଣ୍ଡ ସହ ବନ ସଂରକ୍ଷକ ଶ୍ରୀ ପ୍ରଭାକର ନାୟକଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଗାଲେରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୂଖ୍ୟ ଚିକିତ୍ସାଧୀକାରୀ ଡ଼ ନାରାୟଣ କାଣ୍ଡି, ଡ଼ ଜଗନ୍ନାଥ ମହାପାତ୍ର  ଓ ସହଯୋଗୀ ଡାକ୍ତରୀ ଦଳଙ୍କ ସମେତ ବ୍ରହ୍ମପୁର ଆଙ୍କୁଶପୁର ସ୍ଥିତ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ହସ୍ପିଟାଲ ସହକାରୀ ଅଧ୍ୟାପକ ଡ଼ା ଶିବପ୍ରସାଦ ରାଉତ ଓ ତାଙ୍କ ସହଯୋଗୀ ଡାକ୍ତର ବର୍ଗ  ସମ୍ମୀଳିତ ଭାବେ ରୋଗୀ ସେବା ଓ ଚିକିତ୍ସା କରିଥିଲେ । ସ୍ଥାନୀୟ ସରପଞ୍ଚ ଏବଂ ତାଙ୍କ ନେତୃତ୍ୱରେ ପରିଚାଳିତ ଯୁବ ସ୍ଵେଚ୍ଛାସେବୀ ଦଳ ଜନ ସଚେତନତା କରି ବୟସ୍କ ଓ ଅକ୍ଷମ ରୋଗୀ ମାନଙ୍କୁ  ଶାରୀରିକ ସହାୟତା ପ୍ରଦାନ କରିଥିଲେ । ସ୍ଥାନୀୟ ଘୁମୁସର ଉତ୍ତର ବନ ବିଭାଗର ସହ ବନ ସଂରକ୍ଷକ ଶ୍ରୀ ବିକ୍ରମ କୁମାର ପଟ୍ଟନାୟକ,ଗାଲେରୀ ରେଞ୍ଜର ଶ୍ରୀ ଶିବରାମ ନାୟକ,ତାରସିଂ  ବନ ନିଗମ ଉପ-ପରିଚାଳକ  ପ୍ରମୁଖ କାର୍ଯ୍ୟକ୍ରମରେ   ସକ୍ରିୟ ଯୋଗଦାନ କରିଥିଲେ । ସ୍ଥାନୀୟ ଭଞ୍ଜନଗର ର ବରିଷ୍ଠ ସ୍ବେଛାସେବୀ ତଥା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶ୍ରୀ ଶୂଳପାଣୀ  ଶତପଥୀ ଓ ଅନ୍ୟତମ ସମାଜସେବୀ ତଥା ଯୁବ-ସଂଗଠକ ଶ୍ରୀ ରାଜ କୁମାର ସାହୁ ଏହି କ୍ୟାମ୍ପକୁ ସଂଚାଳନ କରିଥିଲେ । ଘୁମୁସର ଅଂଚଳରେ  ସ୍ଥାନୀୟ ଲୋକଙ୍କ ଚାହିଦା ମୁତାବକ ଆବଶ୍ୟକୀୟ ଜଙ୍ଗଲ କାଷ୍ଠ ଯୋଗାଇ ଆସୁଥିବା  ଏହି ବନ ନିଗମ ,ଜଙ୍ଗଲ ଜାତ କାଷ୍ଠର ସୁ-ବିନିଯୋଗ ପରିପ୍ରେକ୍ଷୀରେ 'ମାନବ ସେବା ହିଁ ମାଧବ ସେବା-ଏହାକୁ ସଫଳ ରୂପାୟନ ଓ ସମୟପଯୋଗୀ ପୂର୍ବକ କାର୍ଯ୍ୟକାରୀ କରାଇବା ପାଇଁ ବନ-ନିଗମ ତରଫରୁ ଏହି ପ୍ରୟାସ ପ୍ରଶଂସନୀୟ ବୋଲି ସର୍ବସାଧାରଣରେ ମତ ପ୍ରକାଶ ପାଇଛି ।  ତେବେ,ବନ ନିଗମର ଚଳିତ ଆର୍ଥିକ ବର୍ଷର ସି .ଏସ. ଆର ପାଣ୍ଠି ଅର୍ଥରେ ଏହି ଭବ୍ୟ  ସ୍ୱାସ୍ଥ୍ୟ  ଶିବିର ଆୟୋଜିତ ହୋଇଛି ବୋଲି ବନ ନିଗମ ମୂଖ୍ୟ ଶ୍ରୀ ରାଉତ ପ୍ରକାଶ କରିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ,୨୪/୩/୨୦୨୩---୯,୩୫ Sakhigopal News,24/3/2023

Blog Archive

Popular Posts