>>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ;ଯୋଗଦେଲେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ୍‌ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦଘାଟନ କଲେ
  • ସମବାୟ ସମିତିର ଆନ୍ଦୋଳନର ୭୫ବର୍ଷ ପୂତ୍ତି ଅବସରରେ ଆଜାଦି କି ଅମୃତ ମହୋତ୍ସବ ପାଳିତ



      ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକର କାଦୁଆ ସମବାୟ ସମିତି ପରିସରରେ ଭାରତୀୟ ଜାତୀୟ ସମବାୟ ସମ୍ମଳିତ ଅନୁଷ୍ଠାନପକ୍ଷରୁ  ଆଜାଦି କିଅମୃତ ମହୋତ୍ସବ ପାଳନ କରାଯିବାସହ  ସମବାୟ ସମିତିରେ ମହିଳା ମାନଙ୍କୁ ସାମିଲ କରିବା ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଜାତୀୟ ସମ୍ମଳିତର ଅଧ୍ୟକ୍ଷ ହେମନ୍ତ ନାୟକ ଓ ସତ୍ôୟାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମବାୟ ସମିତି କିପରି ଚାଷ ୀମାନଙ୍କୁ ସହଯୋଗ କରି ଆସୁଥିôଲା ସେ ସମ୍ପର୍କରେ ବିସ୍ତୁତ ଆଲେଚନା କରାଯାଇଥିଲା । ଏବେ ସମୟ ଆସିଛି ରାଜ୍ୟ ସରକାର ନିସ୍ପତି ନେଇଛନ୍ତି ସମସ୍ତ ସମବାୟ ସମିତିରେ ମିଶନ ଶକ୍ତି ମାଧ୍ୟମରେ ବା ଗୋଷ୍ଠୀ ମାଧ୍ୟମରେ ଋଣ ଯୋଗାଇ ଦେଇ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସରକାରଙ୍କ ପ୍ରଥମ ଲକ୍ଷ୍ୟ ରହିଛି ବୋଲି କାଦୁଆ ମିଶନ ଶକ୍ତି ମହିଳା ମହାସଂଘର ନେତ୍ରୀ କନକଲତା ପଣ୍ଡା କହିଥିଲେ । ଏପରିକି ରାଜ୍ୟ ସରକାର ମହିଳା ମାନଙ୍କୁ ସମବାୟ ମାଧ୍ୟମରେ ଋୁଣ ଯୋଗାଇ ଦେଇ  ମାଣ୍ଡିଆ ,ଯଅ, ଗହମ, ବାଜରା ସହିତ ରବି ଜାତୀୟ ଫସଳ କରିବା ପାଇଁ ସେମାନଙ୍କୁ ପ୍ରେସାହନ ଯୋଗଇ ଦିଆଯାଉଛି ବୋଲି ଶ୍ରୀମତି ପଣ୍ଡା କହିଥିଷଲ । ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ନିମାପଡା ସମବାୟ ସମିତିର ଜିଲ୍ଲା ଉପସଭାନେତ୍ରୀ ମିନାକ୍ଷୀ ମହାପାତ୍ର, ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟିର ସମ୍ପାଦକ କମଳ କୁମାର ଆଚାର୍ଯ୍ୟ, ଏନ.ସି.ଆଇର ପରି ଯୋଜନା ଅଧିକାରିଣୀ ଶୁଭଶ୍ରୀ ସ୍ୱାଇଁ, କେନ୍ଦ୍ରୀୟ ମହିଳା କୃଷି ଶିକ୍ଷା କେନ୍ଦ୍ରର ବୈଜ୍ଞାନିକ ଜ୍ୟୋତି ନାୟକ, ମହିଳା ପ୍ରବତିକା ଗୀତା ସାହା, କ୍ଷେତ୍ର ପରିଚାଳକ ଆଲୋକ ପଟ୍ଟନାୟକଙ୍କ ସହିତ କାଦୁଆ ସମବାୟ ସମିତିର ସମ୍ପାଦକରବିନ୍ଦ୍ର ସ୍ୱାଇଁଙ୍କ ସହିତ ବିଭିନ୍ନ ସମବାୟ ସମିତିର ସଭାପତି ମାନେ । ଏହି ପ୍ରଶିକ୍ଷଣ ଶିବିରରେ ଶତାଧିକ ମହିଳା ମା ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ  ସଂଯୋଜନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ନାରୀନେତ୍ରୀ ଶ୍ରୀମତି ପଣ୍ଡା ।

     ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୩/୨୦୨୩---୮,   Sakhigopal News, 22/3/2023

    Blog Archive

    Popular Posts