Breaking News

ସତ୍ୟବାଦୀ ବ୍ଳକରେ ମନରେଗା ଜନଶୁଣାଣି ଶିବିର ଅନୁଷ୍ଠିତ



ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକର ସଦଭାବନା ଗୃହ ପରିସରରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣୀରେ ଉପଜିଲ୍ଲାପାଳ ଭବତାରଣ ସାହୁ , ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ବିଡିଓ ଲୋଚନ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅମିତ୍ର ଗଜେନ୍ଦ୍ର, ଯନ୍ତ୍ରୀ ଶରତ ଚନ୍ଦ୍ର ରଥ, ପ୍ରମୋଦା ତ୍ରିପାଠୀ ଙ୍କ ସହିତ  ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର ଯୋଗଦେଇଥିଲେ ।  ଏହି ଜନଶୁଣାଣୀ ଶିବିରରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ସଭ୍ୟା,ପୂର୍ବତନ ସରପଞ୍ଚ, ଜନସାଧାରଣଙ୍କ ସହିତ ଜିଆରଏସ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଓ ମନେରୋଗା ସମ୍ପର୍କେ ଆଲେଚନା କରାଯାଇଥିଲା । ବିଶେଷ କରି ଜଣେ ହିତାଧିକାରୀଙ୍କ ନାମ ଥିବା ବେଳେ ସେହି ନାମରେ ଅନ୍ୟ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯାଉଛି ବୋଲି ଅଭିଯୋଗ ହୋଇଥିଲା । ନାମ ସମାନ ହୋଇପାରେ ମାତ୍ର ବାପାଙ୍କ ନାମ ଏକା ହୋଇ ପାରିବ ନାହିଁ ବୋଲି ଜନପ୍ରତିନିଧି ମାନେ ଅଭିଯୋଗ ଆଣିଥିଲେ । ସେହିପରି ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ଜୟପୁର ସମିତିସଭ୍ୟ ଦୀପକ ଶତପଥୀ, ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ଜିତେନ୍ଦ୍ର ବେହେରା, ନୂଆସମେଶ୍ୱରପୁର ସରପଞ୍ଚପ୍ରଶାନ୍ତ କୁମାର ପାଣି ପେଣ୍ଠପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ମହାପାତ୍ର ପ୍ରମୁଖ ସତ୍ୟବାଦୀ ବ୍ଳକରେ ସଠିକ ମନେରୋଗା କାମ ହୋଇପାରୁନାହିଁ ବୋଲି ଅଭିଯୋଗ ଆଣିବା ସହ ଜଣେ ଜଣେ ଜେଇ ସାତରୁ ଆଠଟି ଗ୍ରାମ ପଞ୍ଚାୟତ ଦାୟତ୍ୱରେ ରହିଛନ୍ତି ଯାହା ଫଳରେକି କାମ ସଠିକ ହୋଇ ପାରୁନାହିଁ ବୋଲି ଅଭିଯୋଗ କରିଥିଲେ । ଶେଷରେ ଏବିଡିଓ ଅରକ୍ଷିତ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୩/୨୦୨୩---୭.୧୦   Sakhigopal News, 18/3/2023

Popular Posts