ପଟ୍ଟନାୟିକିଆ ସ୍ଥିତ ସାଇମନ୍ଦିରରେ ରାମନମବୀ ଉତ୍ସବ ପାଳିତ
ସାକ୍ଷୀଗୋପାଳ ---- ଭୁବନେଶ୍ୱର- ପୁରୀ ୩୧୬ନଂ ଜାତୀୟ ରାଜପଥର ପଟ୍ଟନାୟିକିଆ ଛକ ସ୍ଥିତ ସାଇ ମନ୍ଦିରରେ ରାମନବମୀ ଉତ୍ସବ ପାଳିତ ହେବା ସହିତ ସାଇ ବାବାଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି । ପ୍ରତିଦିନ ପରି ଠାକୁରଙ୍କୁ ସକାଳୁ ଠାକୁରଙ୍କ ନୀତିକାନ୍ତ କରାଯାଇଥିଲା । ନୂତନ ବସ୍ତ୍ର ପରିଧାନ କରିବା ପରେ ବିଭିନ୍ନ ଫୁଳମାଳରେ ଠାକୁରଙ୍କୁ ସୁସଜିତ କରାଯାଇଥିଲା । ଆଳତୀ କରାଯିବା ସହ ନାମ ସଂକୀର୍ତ୍ତନ କରାଯାଇଥିଲା । ସେହିପରି ସଂଧ୍ୟାରେ ଠାକୁରଙ୍କ ଆଳତୀ, ଉପଚାର କରାଯାଇଥିଲା । ସଂଧ୍ୟାରେ ଠାକୁରଙ୍କ ଆଳତି ଦେଖିବା ପାଇଁ ଶତାଧିକ ଶ୍ରଦଧାଳୁ ମାନଙ୍କର ଗହଳି ଲାଗିଥିଲା । ମନ୍ଦିରର ପୂଜାରୀ ନିରଞ୍ଜନ ମିଶ୍ର ଠାକୁରଙ୍କ ସମସ୍ତ ନୀତିକାନ୍ତି କରିଥିଲେ । ମନ୍ଦିର ପରିଚାଳନା ସଭାପତି ପି, ଟୁନା ପାତ୍ର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୩୦/୩/୨୦୨୩---୭,୧୦ Sakhigopal News,30/3/2023