ଆମ ପୁଲିସ ସମିତି ପକ୍ଷରୁ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା
ଭଞ୍ଜନଗର--:ବିଭିନ୍ନ ସମୟରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ନେଇ ଭଞ୍ଜନଗର ଆମ ପୋଲିସ ସମିତି ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଭଞ୍ଜନଗର ଥାନାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ମୁଖ୍ୟ ରାସ୍ତା ଦେଇ ଖାଲାସି ସାହି ,ଷ୍ଟେଟ ବ୍ୟଙ୍କ ଛକ ଦେଇ ଭେଜିପୁଟ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଜି ଏକ ସଡକ ସୁରକ୍ଷା ସଚେତନତା ବୈଠକ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ଥାନା ଅଧିକାରୀ ଧୀରେଶ କୁମାର ଦାଶ, ନଗରପାଳ ଗୋପବନ୍ଧୁ ମହାପାତ୍ର, ଆମ ପୋଲିସ ସମିତି ସଦସ୍ୟ ଜଗବନ୍ଧୁ ଜେନା, କୃତିବାସ ବିଶ୍ୱାଳ, ଅନୁପମ ବାନାର୍ଜୀ, ପୂର୍ଣଚନ୍ଦ୍ର ତ୍ରିପାଠୀ, ଶୁଳପାଣି ଶତପଥୀ,ସୁଶାନ୍ତ ମହାପାତ୍ରଙ୍କ ସମେତ ବିପଦର ବନ୍ଧୁ ଅନୁଷ୍ଠାନର ସମସ୍ତ ସଦସ୍ୟ ଓ ଥାନାର ସମସ୍ତ ପୁଲିସ କର୍ମଚାରୀ ଉପସ୍ଥିତ ରହି ସ୍ଥାନୀୟ ଜନସାଧାରଣ ଙ୍କୁ ସଡକ ସୁରକ୍ଷା ସଚେତନ ଉପରେ ସଚେତନତା କରାଇଥିଲେ। ଏହି ବୈଠକରେ ଭିଡିଓ ମାଧ୍ୟମରେ ସମସ୍ତଙ୍କୁ ସଡକ ସୁରକ୍ଷା ସମ୍ପର୍କିତ ତଥ୍ୟ ଉପରେ ପ୍ରଦର୍ଶତ କରାଯିବା ସହ ମଞ୍ଚାସୀନ ଅଥିତିମାନେ ସଡକ ସୁରକ୍ଷା ଉପରେ ଉପସ୍ଥିତ ଥିବା ଜନସାଧାରଣକୁ ବୁଝାଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୧/୩/୨୦୨୩----୧୧,୧୦ Sakhigopal News,31/3/2023