Breaking News

ସାକ୍ଷୀଗୋପିନାଥ ଦେବଙ୍କ ଟ୍ରଷ୍ଟି ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ , ସାକ୍ଷୀଗୋପିନାଥ ଦେବଙ୍କ ଜମି ଶାଗ ମାଛରେବିକ୍ରୟ କରାଯାଇ ପାରିବ ନାହିଁ ; ବିଧାୟକ ଶ୍ରୀ ସାମନ୍ତରାୟ

 


ସାକ୍ଷୀଗୋପାଳ----- ସାକ୍ଷୀଗୋପିନାଥ ଦେବଙ୍କ ନ୍ୟାସ ମଣ୍ଡଳୀର ମନ୍ଦିର କଲ୍ୟାଣମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ନ୍ୟାସର ସଭାପତି ତଥା ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ବିଶେଷ କରି ମନ୍ଦିର ସେବାୟତ ସଂଘ ପକ୍ଷରୁ ଓଡିଆବିଶ୍ୱବିଦ୍ୟାଳୟକୁ ମନ୍ଦିର ପକ୍ଷରୁ ବିକ୍ରୟ କରାଯାଇଥିବା ଜମି ମଧ୍ୟରେ ଶ୍ରୀ ଜିଉଙ୍କ ବିଜେସ୍ଥଳୀ ତୀର୍ଥ ପୁଷ୍ଳରଣୀ, କାଳୀୟ ଦଳନ କରାଯାଉଥିବା ରାଧାକୁଣ୍ଡ ପୁଷ୍କରଣୀ ତୁରନ୍ତ ଫେରାଇ ଆଣିବା ପାଇଁ ସେବାୟତସଂଘର ସଭାପତି ଶ୍ରବତ୍ସ ମହାପାତ୍ର ଓ ସମ୍ପାଦକ ବିଜୟ କୁମାର ନନ୍ଦଙ୍କ ସହିତ ଅନ୍ୟ ମାନେ ଏକ ଦାବି ପତ୍ର ଦେଇଥିଲେ । ଏହାକୁ ନେଇ ବହୁ ସମୟ ଆଲେଚନା ପରେ ତୁରନ୍ତ ଉକ୍ତ ପୋଖରୀ ର ଉନ୍ନତି କରଣ କରାଯିବ ମାତ୍ର ପୋଖରୀକୁ ଯିବା ରାସ୍ତା ଅବରୋଧ କରାଯାଇ ପାରିବ ନାହିଁ, ଏହା ସହିତ ଉକ୍ତ ପୋଖରୀର ମାଲିକନା ମନ୍ଦିର ହାତରେ ରହିବ ବୋଲି ବୈଠକରେ ନିସ୍ପତି ଗ୍ରହଣ କରାଯାଇଛି । ସେହିପରି ପୁରୀ ମନ୍ଦିର ପରି ସାକ୍ଷୀଗୋପାଳ ମନ୍ଦିରକୁ ସେହିପରି ରୂପରେଖ ଦିଆଯିବା ପାଇଁ ରାଜ୍ୟ ସରକାର ନିସ୍ପତି ନେଇଛନ୍ତି । ଏହାକୁ ନଜର କରି ତୁରନ୍ତ ମନ୍ଦିର ଚତୁପାଶ୍ୱର୍ରେ ଥିବା ଅସ୍ଥାୟୀ ଦେକାନ , ଘର ଗୁଡିକ ତୁରନ୍ତ ଉଚ୍ଚେଦ କରିବା ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ସେହିପରି ଓଡିଆ ବିଶ୍ୱବିଦ୍ୟାଳୟ ନେଇଥିବା ଜମିରେ ସେବାୟତ ମାନଙ୍କ ପାଇଁ ମନ୍ଦିର ପକ୍ଷରୁ ଏକ ଶଶ୍ମାନ କରାଯାଇଥିଲା । ବର୍ତ୍ତମାନ ଉକ୍ତ ଜମି ଓଡିଆ ବିଶ୍ୱବିଦ୍ୟାଳୟ ନେଉଥିବାରୁ ସେବାୟତ ସଂଘର ନିସ୍ୱତି ଅନୁଯାୟୀ ସେମାନେ ଚିହ୍ନଟ କରିଥିବା ଜମିରେ ସୋମବାର ଦିନ ନୂତନ ଶଶ୍ମାନ କରାଯିବା ପାଇଁ ବିଧାୟକ ଶ୍ରୀ ସମାନ୍ତରାୟ ଘୋଷଣା କରିଥିଲେ । ସେହିପରି ସାକ୍ଷୀଗୋପିନାଥ ଦେବଙ୍କ ଜମି ଶାଗ ମାଛ ଦରରେବିକ୍ରୟ କରାଯାଇ ପାରିବ ନାହିଁ ବୋଲି ବିଧାୟକ ବୈଠକରେ ଘୋଷଣା କରିବା ପରେ ଏହାକୁ ଉପସ୍ଥିତ ଥିବା ସେବାୟତ ଓ ଅଧିକାରୀ ମାନେ ତାଳି ମାରି ସ୍ୱାଗତ  କରିଥିଲେ । ମନ୍ଦିର ସଫେଇ କର୍ମଚାରୀ, ମନ୍ଦିର ସୁପରଭାଇଜରଙ୍କ ସହିତ ଅନ୍ୟ କର୍ମଚାରୀ ମାନଙ୍କ ଦରମା ବୃଦ୍ଧି କରିବା ପାଇଁ ବୈଠକରେ ନିସ୍ପତି ଗ୍ରହଣ କରାଯାଇଛି । ସାକ୍ଷୀଗୋପାଳ ମନ୍ଦିର ଷ୍ଟାଣ୍ଡ ଓ ପାନ୍ଥଶାଳା ଓ କଣ୍ୟାଣମଣ୍ଡପ ତୁରନ୍ତ ନିଲାମ ଡକାଯିବା ପାଇଁ ବୈଠକରେ ନିସ୍ପତି ଗ୍ରହଣ କରାଯାଇଛି ।   ସେବାୟତ ବିଜୟ କୁମାର ମହାପାତ୍ର ଅଭିଯୋଗ ଆଣିଥିଲେ ଯେ ଠାକୁରଙ୍କ ଫଟୋ ଓ ଭିଡିଓ ଭାଇରାଲ ହୋଇଛି । ସେମାନଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସେ କହିଥିଲେ ।  ମନ୍ଦିରର ନୂତନ ଭାବେ କାର୍ଯ୍ୟନିବ୍ରାହୀ ଅଧିକାରୀ ବିଶ୍ୱଜିତି ତ୍ରିପାଠୀଙ୍କୁ ମନ୍ଦିର ନ୍ୟାସ ମଣ୍ଡଳୀ ପକ୍ଷରୁ ଉପଢ଼ୌକନ ଓ ଫୁଲତୋଡା ଦେଇ ସ୍ୱାଗତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡ, ବିଡିଓ ଲୋଚନ ଦାସ, ଆଇଆଇସି ବିଜୟ କେତେନ ବେହେରା, ଫେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ଜୟପୁର ସରପଞ୍ଚ ଆରଧାନା ସମାନ୍ତରାୟଙ୍କ ସହିତ ବିଭିନ୍ନ ସେବାୟତ ମାନେ ଯୋଗ ଦେଇଥିଲେ ।  ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସି ତ୍ରିପାଠୀ ବୈଠକ ପରିଚାଳନା କରିଥିବା ବେଳେ ଧନ୍ୟାବାଦ ଦେଇଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୩/୨୦୨୩---୮,୧୦   Sakhigopal News, 18/3/2023

Popular Posts