Breaking News

ସମବାୟ ସମିତି ପକ୍ଷରୁ ରୂଣ ବଣ୍ଟନ ମେଳା



 
   ସାକ୍ଷୀଗୋପାଳ ---- ପୁରୀ ଜିଲା ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ରାୟ ଖଣ୍ଡି ପଞ୍ଚାୟତ ରେ ରୂଣ ବଣ୍ଟନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି  । ସାକ୍ଷୀଗୋପାଳ ସମବାୟ ନିୟନ୍ତ୍ରିତ ବଜାର ବିଭାଗ ପକ୍ଷରୁ ଗବକୁଣ୍ଡ ସ୍ଥିତ ନଡିଆ ମାର୍କେଟ ପରିସରରେ    ଏହି ଶିବିର ଆୟୋଜନ କରାଯାଇ ଥିଲା  । ଯେଉଁମାନେ ସମବାୟ ସମିତି ରେ ସଦସ୍ଯ ହୋଇପାରି ନାହାଁନ୍ତି ଓ ରୂଣ ପାଇ ପାରୁନାହାନ୍ତି  ସେମାନଙ୍କୁ ସାମିଲ କରିବାକୁ  ସାକ୍ଷୀଗୋପାଳ  ସମବାୟ ପ୍ରଶାସନିକ ଅଧିକାରୀ କମଳ କୁମାର ଆଚାର୍ଯ୍ୟ କହିଥିଲେ  ।    ଗବକୁଣ୍ଡ ସେବା ସମବାୟ ସମିତି ସଂପାଦକ ପ୍ରକାଶ ଚନ୍ଦ୍ର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ  । ଅନ୍ଯମାନଙ୍କ ମଧ୍ୟରେ ରାୟ ଖଣ୍ଡି ସରପଞ୍ଚ ସତ୍ଯ ନାରାୟଣ ନାୟକ,    ପୁ ତ ସଭାପତି ପ୍ରଫୁଲ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ  । ସେହିପରି ଅପରାହ୍ନରେ ପରଜାପଡା ପଞ୍ଚାୟତ ର ଏହି ସଭା ଅନୁଷ୍ଠିତ ହୋଇଥିଲା  । ଏଥିରେ ଶ୍ରୀ ଆଚାର୍ଯ୍ୟ, ସଂପାଦକ ପ୍ରକାଶ ଚନ୍ଦ୍ର ମିଶ୍ର, ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ର, ରାମଚନ୍ଦ୍ର ଚୌଧୁରୀ, ବାସୁଦେବ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ  । ଏହି କାର୍ଯ୍ୟକ୍ରମ ସତ୍ଯବାଦୀ ବ୍ଳକର ସମସ୍ତ ସମବାୟ ସମିତି ପକ୍ଷରୁ କରାଯିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୯/୩/୨୦୨୩----୭,୪୦ Sakhigopal News 29/3/2023

Blog Archive

Popular Posts