ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ନାଟ୍ୟ ପରିଷଦ ପକ୍ଷରୁ ସାମାଜିକ ନାଟକ କନିଆଁ ସାଜିଛି କନକ ଗୋରୀ ର ଶୁଭ ଉଦଘାଟନ
ଭଞ୍ଜନଗର----ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ନାଟ୍ୟ ପରିଷଦ, ଲେମ୍ଭେଇ ଗ୍ରାମରେ ସାମାଜିକ ନାଟକ କନିଆଁ ସାଜିଛି, କନକ ଗୋରୀ, ର ଶୁଭ ଉଦଘାଟନ ହୋଇଯାଇଛି। ଏହି ନାଟକ ଗ୍ରାମ ମଝି ଦାଣ୍ଡରେ ମଞ୍ଚସ୍ଥ ହୋଇଥିଲା l ଗ୍ରାମ ବାସୀଙ୍କ ସହଯୋଗ ଏବଂ ଗ୍ରାମର ଯୁବ କଳାକାରଙ୍କ ସହଯୋଗ ରେ ଏହି ସାମାଜିକ ନାଟକ ଏବଂ ମେଲୋଡି ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ହଜାର ହଜାର ଦର୍ଶକ ଏହି ନାଟକ ଉପଭୋଗ କରି ଥିଲେ l ବହୁ ପୁରାତନ ଏହି ଗ୍ରାମର ଦଣ୍ଡନାଚ ଆସନ୍ତା ମେରୁ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମରେ ମା ଦଣ୍ଡକାଳୀଙ୍କ ପୂଜା ସହିତ ପାରମ୍ପରିକ ନୀତି ନିୟମ ପ୍ରକାରେ ପ୍ରଦାଶିତ ହେବ । ଆଜିର ନାଟକ ଉଦଘାଟନ ସଭାକୁ ସମାଜସେବୀ ଶୂଳପାଣି ଶତପଥି, ସଭାପତି ଭାବେ ସଭା ପରିଚାଳନା କରିଥିବା ବେଳେ ଭଞ୍ଜନଗର ବ୍ଳକ ଅଧକ୍ଷ ନରିସଭା ନାୟକ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାଟକର ଶୁଭ ଉଦଘାଟନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଅତିଥିଭାବେ ଭଞ୍ଜନଗର ବ୍ଳକ ଉପାଧ୍ୟକ୍ଷା ଶ୍ରୀମତୀ ରାଜଲକ୍ଷ୍ମୀ ପ୍ରଧାନ ଯୋଗ ଦେଇଥିଲେ । ସମାଜ ସେବି ତଥା କଳାପ୍ରେମୀ ଉପସ୍ଥିତ ରହି ଦଣ୍ଡନାଚ ବାବଦରେ ବକ୍ତ୍ୟବ ରଖୁଥିଲେ । ସେମାନେ ହେଲେ ସମାଜସେବୀ ରବୀନ୍ଦ୍ର ପ୍ରଧାନ, ସଂଜୟ କୁମାର ନାୟକ, ଗୋପାଳ କୃଷ୍ଣ ଦଳବେହେରା, ଚନ୍ଦନ ପ୍ରଧାନ, ତ୍ରିଲୋଚନ ପ୍ରଧାନ ଯୋଗ ଦେଇ ଥିଲେ l ସମସ୍ତ ଅତିଥିଙ୍କୁ ଗ୍ରାମ ବାସୀଙ୍କ ତରଫରୁ ସମ୍ବର୍ଦ୍ଧିତ କରା ଯାଇ ଥିଲା l ଉକ୍ତ ସାମାଜିକ ନାଟକକୁ ଡ଼. ନିହାର ରଞ୍ଜନ ମହାନ୍ତି ନିର୍ଦେଶନା ଦେଇଛନ୍ତି
l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୩/୨୦୨୩----୯,୩୦ Sakhigopal News,27/3/2023