ଐତିହ୍ୟ ଗୋପବନ୍ଧୁ ସଂଗ୍ରହାଳୟରେ ସରକାରୀ ନିୟମ ଲାଗୁହେଲା
ସାକ୍ଷୀଗୋପାଳ ---- ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୁତିରକ୍ଷା ଉଦ୍ଦେଶ୍ଯ ରେ ସରକାର ଙ୍କ ପକ୍ଷରୁ ସୁଆଣ୍ଡୋ ଗ୍ରାମକୁ ଐତିହ୍ୟ ଗ୍ରାମ ଭାବେ ବହୁ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି । ଖଣ୍ଡୋଲାଇଟ ପଥର ରେ ୬ ବଖରା ବିଶିଷ୍ଠ
ଏହି ସଂଗ୍ରହାଳୟ ପରିଦର୍ଶନ କରିବା ପାଇଁ ସରକାର ଙ୍କ ତରଫରୁ ଶୁଳ୍କ ଲାଗୁ କରାଯାଇଛି । ୧୨ ବର୍ଷ ପର୍ଯ୍ୟନ୍ତ ଶିଶୁ, ବିଦ୍ଯାଳୟ ଛାତ୍ରଛାତ୍ରୀ ଓ ଦିବ୍ଯାଙ୍ଗ ମାନଙ୍କୁ ଶୁଳ୍କ ଛାଡ କରାଯାଇଛି । ସେହିପରି ବୟସ୍କ ମାନଙ୍କୁ ସଂଗ୍ରହାଳୟ ପରିଦର୍ଶନ କରିବା ପାଇଁ ୧୦ ଟଙ୍କା ଶୁଳ୍କ ଲାଗୁ କରାଯାଇଛି । ସଂଗ୍ରହାଳୟ ପରିସରରେ ଆକର୍ଷଣୀୟ ପୁଷ୍କରିଣୀ, ପ୍ରମୋଦ ଉଦ୍ଯାନ, ପିଲାମାନଙ୍କ ପାଇଁ ଖେଳପଡ଼ିଆ, ସଂଗ୍ରହାଳୟ, ଓଡ଼ିଶାରେ ଗୋପବନ୍ଧୁଙ୍କ ସର୍ବବୃହତ ୧୫ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ରହିଛି । ସେହିପରି ପୁଣ୍ଯାତ୍ମା ଗୋପବନ୍ଧୁଙ୍କ ଜନ୍ମପୀଠକୁ ରାଜ୍ୟ ସରକାର ନୂତନ ରୂପ ଦେଇ ଆକର୍ଷକ୍ଷୀୟ କରି ନିର୍ମାଣ କରା ଯାଇଛି । କାରୁକାର୍ଯ୍ୟ ପୂର୍ଣ୍ଣ ଲୋକେଶ୍ୱର ମହାଦେବ ଙ୍କ ମନ୍ଦିର କରାଯାଇଛି । ସେଥିପାଇଁ ପ୍ରତିଦିନ ସହସ୍ରାଧିକ ଛାତ୍ରଛାତ୍ରୀ ଓଡିଶାର କୋଣ ଅନୁକୋଣରୁ ପର୍ଯ୍ୟଟକ ମାନେ ସୁଆଣ୍ଡୋର ଏହି ସଂଗ୍ରହାଳୟ ତଥା କିର୍ତ୍ତିରାଜି ପରିଦର୍ଶନ କରିବା ପାଇଁ ଆସୁଥିବା ଦେଖିବାକୁ ମିଳୁଛି। ପଣ୍ଡିତ ଗୋପବନ୍ଧୁଙ୍କ ମହାପ୍ରୟାଣ ର ୯୫ ବର୍ଷ ପରେ ସରକାର ଙ୍କ ପ୍ରୟାସ କୁ ଜନସାଧାରଣ ବହୁତ ପ୍ରଶଂସା କରୁଥିବା ଜଣାପଡିଛି ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୩/୨୦୨୩----୯,୩୫ Sakhigopal News,4/3/2023
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୩/୨୦୨୩----୯,୩୫ Sakhigopal News,4/3/2023
ଐତିହ୍ୟ ଗୋପବନ୍ଧୁ ସଂଗ୍ରହାଳୟରେ ସରକାରୀ ନିୟମ ଲାଗୁହେଲା
Reviewed by sakhigopal news
on
06:39
Rating: 5
