ଖଣ୍ଡପଡ଼ା ବିଜେଡି ବିଧାୟକ ଙ୍କ ମନମୁଖୀ ଶାସନ, କର୍ମୀ ଓ ଜନପ୍ରତିନିଧି ଙ୍କୁ ଅଣଦେଖା, ବିରୋଧ ଜୋର ଧରିଲା
ନୟାଗଡ଼--- ବଡ଼ମ୍ବା ସ୍ଥିତ ମା ମୋହାକାଳୀ ମନ୍ଦିର ପ୍ରାଙ୍ଗଣରେ ଖଣ୍ଡପଡ଼ା ବ୍ଲକ ସ୍ବାଭିମାନ ମଞ୍ଚର ଆହ୍ବାନ କ୍ରମେ ଖଣ୍ଡପଡ଼ା ବ୍ଲକର ସମସ୍ତ ପଞ୍ଚାୟତର ବିଜୁ ଜନତା ଦଳର ବରିଷ୍ଠ ନେତୃତ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି।ବୈଠକରେ ଖଣ୍ଡପଡ଼ା ବିଧାୟକଙ୍କ ମନମୁଖୀ କାର୍ଯ୍ୟ ଓ ଖଣ୍ଡପଡ଼ା ପ୍ରତି ଅବହେଳା ବିରୋଧରେ ଅସନ୍ତୋଷ ପ୍ରକାଶ କର୍ମୀ ମାନେ କରିଥିଲେ । ଉକ୍ତ ବୈଠକରେ ଖଣ୍ଡପଡ଼ା ବ୍ଲକ ପୁର୍ବତନ ବିଜେଡି ସଭାପତି ଶୀ ଚନ୍ଦ୍ରକାନ୍ତ ବଳିୟାର ସିଂହ, ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତିବାଳା ମହାନ୍ତି, ପୁର୍ବତନ ଶିଖରପୁର ପଞ୍ଚାୟତ ସରପଞ୍ଚ ତଥା ବର୍ତମାନ ସରପଞ୍ଚଙ୍କ ପ୍ରତିନିଧି ନବକିଶୋର ସାହୁ,ସମାଜସେବୀ ଅଖିଳ କୁମାର ମହାରଣା, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ରମାକାନ୍ତ ସେଠୀ, ପୂର୍ବତନ ବୋଦଶା ପଞ୍ଚାୟତର ସରପଞ୍ଚ ସବେଶ୍ଵେର ସାଇଁ, ବିଜୁ ଜନତା ଦଳର ବରିଷ୍ଠ କର୍ମୀ ମାନଗୋବିନ୍ଦ ନାୟକଙ୍କ ସଂଯୋଜନା କ୍ରମେ ଖଣ୍ଡପଡ଼ା ବ୍ଲକର ପୁର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପ୍ରଧାନଙ୍କ ପରାମର୍ଶକ୍ରମେ ଆଗାମୀ ଦିନରେ ପଞ୍ଚାୟତ ସ୍ତରରେ, ଜୋନ୍ ସ୍ତରରେ ଏବଂ ନିର୍ବାଚନ ମଣ୍ଡଳୀ ସ୍ତରରେ ବିଧାୟକଙ୍କୁ ବିରୋଧ କରିବା ପାଇଁ ନିଷ୍ପତି ନିଆଯାଇଛି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୦/୩/୨୦୨୩---୮,୧୦ Sakhigopal News,20/3/2023