Breaking News

ଉଦ୍ଭିଦ ଅନୁବଂଶିକ ସମ୍ବଳ ସଂରକ୍ଷଣ ତାଲିମ ଶିବିର

 



ଭଞ୍ଜନଗର--କୃଷକ ମାନଙ୍କର ଖାଦ୍ୟ ନିରାପତ୍ତା ତଥା ଜୀବିକା ସୁରକ୍ଷାକୁ ସୁଦୃଢ କରିବା ପାଇଁ  ଭାରତ ସରକାରଙ୍କ ଅନୁସୂଚିତ ଜାତି ଉପ ଯୋଜନା ଅନ୍ତର୍ଗତ  ଉଦ୍ଭିଦ ଅନୁବଂଶିକ ସମ୍ବଳ ସଂରକ୍ଷଣ ସମ୍ବନ୍ଧୀୟ ଏକ ସଚେତନତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ଆଇସିଆର-ନ୍ୟାସନାଲ ବ୍ୟୁରୋ ଅଫ୍ ପ୍ଲାଣ୍ଟ ଜେନେଟିକ୍ ରିସୋର୍ସେସ, ନୂଆଦିଲ୍ଲୀ ଦ୍ଵାରା ଓ କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ -୧, ଭଞ୍ଜନଗର, ଓଡିଶାର ସହଯୋଗରେ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲା ର ଜଗନ୍ନାଥପ୍ରସାଦ ବ୍ଲକର ଜୀରାବାଡୀ ଗ୍ରାମରେ ଅନୁଷ୍ଠିତ   କାର୍ଯ୍ୟକ୍ରମରେ  ୬୦ ଜଣ ମହିଳା ଚାଷୀ ଙ୍କ ସମେତ ମୋଟ ୧୦୦ ଜଣ ଚାଷୀ ଯୋଗ ଦେଇଥିଲେ। ଏହି କାର୍ଯକ୍ରମ ରେ ଜଗନ୍ନାଥପ୍ରସାଦ  ବ୍ଲକ ବିକାଶ ଅଧିକାରୀ ଶ୍ରୀ ଅନୂପ କୁମାର, ଓଏଏସ୍, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । କାର୍ଯକ୍ରମ ରେ ଅଂଶ ଗ୍ରହଣ  ଚାଷୀ ମାନଙ୍କୁ ନାପ୍ସାକ୍ ସ୍ପ୍ରେୟର୍, ଦାଆ ଓ ସ୍ପେଡ୍ ଇତ୍ୟାଦି ବିଭିନ୍ନ ପ୍ରକାର ଚାଷୋପକରଣ ଏବଂ ପରିବା ଚାରା ଓ ଧାନ ବିହନ ଆଦି ବଣ୍ଟନ କରାଯାଇଥିଲା | ଚାଷ ଜମି ସଂରକ୍ଷଣର ବିଭିନ୍ନ ଦିଗ ଏବଂ ତାର ଅର୍ଥନୈତିକ ଗୁରୁତ୍ୱ ବିଷୟରେ ଆଲୋଚନା କରାଯିବା ସଂଗସଂଗେ କୃଷି ପଦ୍ଧତି ରେ  ବିଜ୍ଞାନ ଭିତ୍ତିକ ଜ୍ଞାନ କୌଶଳ କୁ ବ୍ୟବହାର କରି କିପରି ଅମଳ ବୃଦ୍ଧି କରାଯାଇ ପାରିବ ସେ ସମ୍ବନ୍ଧରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା | ଏହି କାର୍ଯ୍ୟକ୍ରମକୁ ଆଇସିଆର-ନ୍ୟାସନାଲ ବ୍ୟୁରୋ ଅଫ୍ ପ୍ଲାଣ୍ଟ ଜେନେଟିକ୍ ରିସୋର୍ସେସର  ଡକ୍ଟର ଡି ଆର ପାଣି ଏବଂ ଡ଼ା ସ୍ମିତା ଲେଙ୍କା ଏବଂ ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ଡ଼ା ସୁତନୁ କୁମାର ଶତପଥୀ ଏବଂ ଡ଼ା ପି କେ ପଣ୍ଡା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ  ଜଗନ୍ନାଥପ୍ରସାଦର  କୃଷି ଅଧିକାରୀ ଏବଂ   ଜୀରାବାଡୀ ଗ୍ରାମର ସରପଞ୍ଚ ମଧ୍ୟ ବିଶେଷ ଭାବରେ ଅଂଶ ଗ୍ରହଣ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୩/୨୦୨୩---୯,୧୦ Sakhigopal News,19/3/2023

Popular Posts