ରାସ୍ତା ପ୍ରଶସ୍ତିକରଣ ପାଇଁ , କଣ୍ଟେଇପଲ୍ଲୀ ଛକରେ ବୁଲଡୋଜର୍ ବୁଲିଲା . ବେସାହାରାଙ୍କ ପାଇଁ ମାନବିକତା ଭୁଲିଗଲା ପ୍ରଶାସନ
ଭଞ୍ଜନଗର - ଭଞ୍ଜନଗର ଠାରୁ ଆସିକା ୫୧ ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣ ପାଇଁ ଭଂଜନଗର ନିକଟସ୍ଥ କଣ୍ଟେଇପଲ୍ଲୀ ଠାରେ ଉଛେଦ ପ୍ରକ୍ରିୟା ବୁଧବାର ଦିନ ଆରମ୍ଭ ହୋଇଛି । ଭଞ୍ଜନଗର - ସୋରଡ଼ା ଏବଂ ବ୍ରହ୍ମପୁର କୁ ଯୋଗାଯୋଗ କରିବା ପାଇଁ ମୁଖ୍ୟ ସଂଯୋଗ ରାସ୍ତା କଣ୍ଟେଇପଲ୍ଲୀ ଛକରେ ଥିବା ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ପରିବାର ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିଲେ । ଆଉକିଛି ପରିବାର ୫୦ ବର୍ଷ ରୁ ଉର୍ଦ୍ଧ୍ବ ସମୟଧରି ରହି ଆସୁଥିଲେ । ଅଧିକାଂଶ ପରିବାର ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ । ହେଲେ ନିର୍ଧାରିତ ତାରିଖ ଅନୁଯାୟୀ ଉଛେଦ ପ୍ରକ୍ରିୟା ହୋଇଥିଲା । ଗାଙ୍ଗପୁର ଥାନା ପୋଲିସ ଏବଂ ବେଲଗୁଣ୍ଠା ତହସିଲଦାର ଙ୍କ ଉପସ୍ଥିତି ରେ ଉଛେଦ ପ୍ରକ୍ରିୟା ହୋଇଥିଲା । ଉଛେଦ ପରେ ସମସ୍ତ ବ୍ୟବସାୟୀ ଙ୍କ ଦୋକାନ ଭାଙ୍ଗି ଯାଇଛି । ସେମାନଙ୍କ ଜୀବନ ନିର୍ବାହ ଏକପ୍ରକାର ଠପ୍ ହୋଇଯାଇଛି । ଅନ୍ୟପକ୍ଷରେ
ଦୁଇ ତିନୋଟି ପରିବାରର ଘର ଭାଙ୍ଗିଯିବା ପରେ ସଂପୃକ୍ତ ପରିବାର ସଂପୂର୍ଣ୍ଣ ବେସାହାରା ହୋଇ ପଡ଼ିଛନ୍ତି । ସେମାନଙ୍କ ଦାବି ଯେ , କୌଣସି ପ୍ରକାର ଥଇଥାନ ବ୍ୟବସ୍ଥା ନକରି ସେମାନଙ୍କ ଘରକୁ ଭାଙ୍ଗି ଦିଆଯାଇଛି । ଏପରିକି ଅଧିକାଂଶ ଉଛେଦ ପରିବାର ର କିଛି ରୋଗୀ , ଛୋଟପିଲା , ଭିନ୍ନକ୍ଷମ , ବୟସ୍କ ବ୍ୟକ୍ତି ମାନେ ଖୋଲାୈ ଆକାଶ ତଳେ ପଡ଼ି ରହିଛନ୍ତି । ଏମାନଙ୍କ ପାଇଁ ତୁରନ୍ତ ଥଇଥାନ ବ୍ୟବସ୍ଥା କରାଯାଉ ବୋଲି , କ୍ଷତିଗ୍ରସ୍ତ ପରିବାର ସମେତ ବଡପଡା ସରପଞ୍ଚ ଶୁଶାନ୍ତ କୁମାର ସାହୁ , ସମିତି ସଭ୍ୟ ପିତବାସ ସାହୁ ଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି । ସେମାନଙ୍କ ଅଭିଯୋଗ ଯେ ରାସ୍ତା ପ୍ରଶସ୍ତିକରଣ ପାଇଁ ସରକାରଙ୍କ ନିୟମର ଯଥାର୍ଥତା ରହିଛି । ଉଛେଦ ପ୍ରକ୍ରିୟା ହେବା ଦରକାର । କିନ୍ତୁ ଯେଉଁମାନେ ଜୀବିକା ନିର୍ବାହ ପାଇଁ ଦୋକାନ ଖଣ୍ଡିଏ କରିଥିଲେ ସେମାନେ ଏବେ ଚଳିବେ କେମିତି । ସେମାନଙ୍କ ପିଲାଛୁଆ ଚଳିବେ କେମିତି । ଯେଉଁ ମାନଙ୍କ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଈଛି , ସେମାନଙ୍କ ପରିବାର ଖରା ଓ ବର୍ଷା ରେ ରହିବେ କେମିତି । କିଛି ଭିନ୍ନକ୍ଷମ , ଶଯ୍ୟାଶାୟୀ ବୃଦ୍ଧା ଓ ଛୋଟ ପିଲାଙ୍କ ଅବସ୍ଥା ଏବେ ଦୟନୀୟ ହୋଇ ପଡ଼ିଛି । ଏମାନଙ୍କ ପାଇଁ ସରକାରୀ ବାବୁଙ୍କ ନିୟମ କାର୍ଯ୍ୟକାରୀ ବ୍ୟତୀତ , ମାନବିକତା କେଉଁଠି ହଜିଗଲା ବୋଲି ସାଧାରଣରେ ଆଲୋଚନା ହେଉଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ,୨୨/୩/୨୦୨୩----୯,୫୫ Sakhigopal News,22/3/2023
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ,୨୨/୩/୨୦୨୩----୯,୫୫ Sakhigopal News,22/3/2023