Breaking News

ଦଶମ ଶ୍ରେଣୀର ଛାତ୍ରାବାସ ରେ ରହୁଥିବା ଛାତ୍ର ମାନଙ୍କ ର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

 
ବରଗଡ଼---  ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ୫ଟି ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀର ଛାତ୍ରାବାସ ରେ ରହୁଥିବା ଛାତ୍ର ମାନଙ୍କ ର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ପ୍ରଥମେ ମା ବାଗଦେବୀ ସରସ୍ଵତୀ ଙ୍କ ପ୍ରତିଛବିରେ ପୁଷ୍ପମାଲ୍ଯ ଅର୍ପଣ, ଧୂପ, ଦୀପ ଦେଇ ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ବିଦ୍ୟାଳୟର ଷଷ୍ଠ ରୁ ନବମ ଶ୍ରେଣୀ ଛାତ୍ର ମାନେ ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଓ ପରିଚାଳନା କମିଟି ର ସମସ୍ତ ସଦସ୍ଯ,ସଦସ୍ଯା  ମାନେ ଉପସ୍ଥିତ ରହିଥିଲେ। ଏହି ଉତ୍ସବରେ ଶିକ୍ଷକ ,ଶିକ୍ଷୟତ୍ରୀ  ଦଶମ ଶ୍ରେଣୀର ଛାତ୍ର ମାନଙ୍କୁ ବ୍ରହ୍ମଚାରୀ କୈଳାସ ବାବା ଶିକ୍ଷା, ଚରିତ୍ର ନିର୍ମାଣ, ନାରୀ ଜାତି ସମ୍ମାନ, ଉତ୍ତମ ବ୍ଯବହାର ଓ ଜୀବନର ବିଭିନ୍ନ ପ୍ରକାରର ଉପାଦେୟ ଉପର ଆଲୋକପାତ କରିଥିଲେ। ଏହି ଉତ୍ସବରେ ନବମ ଶ୍ରେଣୀ ର ଛାତ୍ର ମାନେ ଦଶମ ଶ୍ରେଣୀର ଛାତ୍ର ମାନଙ୍କୁ ଟି ସାର୍ଟ ମାନ ଉପହାର ସ୍ବରୂପ ପ୍ରଦାନ କରିଥିଲେ। ଏହି ଉତ୍ସବକୁ ଛାତ୍ରାବାସ ଦାଇତ୍ବ ରେ ଥିବା ଛବିଳ ପ୍ରଧାନ ଓ ପ୍ରମୋଦ କୁମାର ଭୋଇ ପରିଚାଳନା କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୨/୩/୨୦୨୩----୯,୪୫ Sakhigopal News,22/3/2023

Blog Archive

Popular Posts