ବିଶ୍ୱ ଜଳଦିବସ ରେ ଜଳ ସଂରକ୍ଷଣ ପାଇଁ ଆହ୍ୱାନ
ଡେଲାଙ୍ଗ :ବିଶ୍ୱ ଜଳଦିବସରେ ଜଳ ଅପଚୟ ରୋକିବାକୁ ଆହ୍ୱାନ ଦେବା ସହ ଜଳ ସଂରକ୍ଷଣ ବର୍ତ୍ତମାନ ସମସ୍ତ ଙ୍କର ବଡ଼ ମୌଳିକ କର୍ତ୍ତବ୍ୟ ବୋଲି ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ମତ ରଖିଛନ୍ତି | ସଂପ୍ରତି ଭୁତଳ ଜଳସ୍ତର ସରିସରି ଆସୁଥିବା ବେଳେ ଜଳ ସଙ୍କଟ ପୃଥିବୀର ସବୁ ପ୍ରାନ୍ତରେ ଏକ ବଡ଼ ସମସ୍ୟା ରୂପେ ଉଭାହୋଇଛି | କୂଅ, ପୋଖରୀ, ନଦୀ, ନାଳ ସବୁ ଶୁଖିଲା ପଡୁଛି | ଆମେ ଆବଶ୍ୟକତା ଅନୁଯାୟୀ ଜଳ ବ୍ୟବହାର ନକରି ମନଇଛା ଜଳ ନଷ୍ଟ ଓ ପ୍ରଦୂଷିତ କରୁଛେ । ଯାହାକି ପରିବେଶ ପ୍ରତି ଅନୁକୂଳ ନୁହେଁ | ଯଦି ଏହିଧାରା ଜାରିରହେ ଭବିଷ୍ୟତରେ ଆମେ ଜଳ ବିନ୍ଦୁଏ ମଧ୍ୟ ପାଇବା ନାହିଁ | ଜୀବଜଗତ, ବୃକ୍ଷଲତା, ତରୁତୃଣ ସମସ୍ତେ ଅକାଳରେ ଝଡିଯିବେ | ତେଣୁ ଜଳକୁ ସ୍ୱଚ୍ଛ ସହ ସଂରକ୍ଷଣ କରିବା ଆମର ସର୍ବାଦୌ ଧ୍ୟେୟ ହେବା ଉଚିତ | ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୩/୨୦୨୩---୯,୪୫ Sakhigopal News,22/3/2023