>>
  • ବିନା ଟିକେଟ ଯାତ୍ରୀଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଖୋର୍ଦ୍ଧା ରୋଡ " ଡିଭିଜନ ପକ୍ଷରୁ ଜୋରଦାର ପ୍ରୟାସ ଜାରି
  • >>
  • ଆମରି ସତ୍ୟ ବିକାଶ ପରିଷଦ ପକ୍ଷରୁ "ଆମ ସଂସ୍କୃତିରେ ସାବିତ୍ରୀ ବ୍ରତ’ ଆଲୋଚନା ଚକ୍ର
  • >>
  • ଭଂଜନଗର ପୋଲିସ ଦ୍ବାରା ଚୋରା-ବନ୍ଧୁକ" ଅପରେସନ ସଫଳ; - ୫ ବନ୍ଧୁକ, ୧୫ ଗୁଳି ଜବତ, ୯ ଗିରଫ
  • >>
  • ପୃଥକ ପୃଥକ ଦୁଘର୍ଟଣାରେ ଜଣେ ମୃତ୍ୟୁ ୫ ଆହତ
  • >>
  • ଓଡ଼ିଶାର ଗୌରବ ; ସତ୍ଯବାଦୀ ର କୁନି ପୁଅ ସାଇ ସୋହମ ଅଗଷ୍ଟ ମାସରେ ଯିବେ ଜାପାନ
  • >>
  • ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବିଶ୍ବାଳଙ୍କ ପ୍ରତିଭାକୁ ମନେପକାଇଲେ ଛାତ୍ର ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ
  • >>
  • ଦୁଇଟି ମଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁଇ ମୃତ୍ୟୁ
  • >>
  • ସାପ କାମୁଡ଼ାରେ ଜଣେ ମୃତ, ଜଣେ ଗୁରୁତର
  • >>
  • ଆନନ୍ଦ ସଙ୍ଗୀତାୟନ ର ୯୧ ତମ ଭଞ୍ଜ ସଂଗୀତ ଆସର
  • >>
  • ଖୁଣ୍ଟୁଲିପାଲି ଛକ ଠାରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ର ପ୍ରକଳ୍ପ ଉଦଘାଟନ
  • >>
  • ବର୍ଷାରେ ବେହାଲ ଜଟଣୀ, ନର୍ଦ୍ଦମା ଜଳରେ ଉବୁଟୁବୁ "ସୀତାରାମ ଛକ ; ସହରର ଡ୍ରେନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡିପଡିଛି
  • >>
  • ପୌର ଉପାଧ୍ୟକ୍ଷାଙ୍କୁ ଅଧ୍ୟକ୍ଷଙ୍କ ଅଣଦେଖା ; ପ୍ରତିବାଦରେ ଉପାଧ୍ୟକ୍ଷାଙ୍କ ଧାରଣା : ଧାରଣାର ୪ ଘଣ୍ଟା ପରେ ଧାରଣରୁ ଓହରିଲେ ଉପାଧକ୍ଷା
  • >>
  • ଗଞ୍ଜେଇ ଚୋରା ଚାଲାଣ ବେଳେ ୪ ଗିରଫ କରିଛି ପୋଲିସ
  • >>
  • ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ମେଗା ରକ୍ତଦାନ ଶିବିର - ୧୦୧ ୟୁନିଟ୍ ରକ୍ତ ସଂଗ୍ରହ
  • >>
  • ଓଟିଇଟି ପରୀକ୍ଷା ପ୍ରତ୍ୟାହାର ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘର ଏକ ଦାବିପତ୍ର
  • ଶରଧାପୁରରେ ଜିଲ୍ଲା ପରିଷଦ ସଭ୍ୟା ବିରଜାଙ୍କ ଲୋକସମ୍ପର୍କ ଅଭିଯାନ




    ନୟାଗଡ଼---- : ଓଡ଼ଗାଁ ପଞ୍ଚାୟତ ସମିତି ଅଧୀନ ୨ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ ଆଜି ଶରଧାପୁର ପଞ୍ଚାୟତର ମଦନଗାଡ଼ିଆ,ଲେଙ୍କା ସାହି,ଆମ୍ବେରାପୁର,ବ୍ରାହ୍ମଣଡ଼ିହି ଓ ଶରଧାପୁର ଗ୍ରାମ ଗସ୍ତ କରି ଲୋକସମ୍ପର୍କ ସ୍ଥାପନ କରିଛନ୍ତି। ଘରକୁ ଘର ବୁଲି ଲୋକଙ୍କୁ ଦେଖା କରିବା ସହିତ ସ୍ଥାନୀୟ ଅଞ୍ଚଳର ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି।ସାମାଜିକ ସୁରକ୍ଷା ଭତ୍ତା ଠାରୁ ଆବାସ ଯୋଜନା,ରାସନ କାର୍ଡରୁ ବଞ୍ଚିତଥିବା ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିଥିଲେ।ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପାନୀୟଜଳ ସଙ୍କଟକୁ ନେଇ ମଦନଗାଡ଼ିଆ ସ୍କୁଲ ନିକଟରେ ନଳକୂପ ଖନନ ନିମନ୍ତେ ଗ୍ରାମବାସୀଙ୍କ ଦାବିକୁ ଗୁରୁତର ଭାବେ ନେଇ ନୂତନ ନଳକୂପ ଖନନ ହେବ ବୋଲି କହିଥିଲେ।ମିଶନ ଶକ୍ତିର ମହିଳାଙ୍କ ସହ ଆଲୋଚନା କରିବା ସହ କ୍ଷୁଦ୍ର ଉଦ୍ୟୋଗ ସ୍ଥାପନ କରି ସ୍ୱାବଲମ୍ବନଶୀଳ ହେବାକୁ ପରାମର୍ଶ ଦେଇଥିଲେ। ଲେଙ୍କା ସାହିର ମିଶନ ଶକ୍ତିର ଜଣେ ମହିଳା ପାମ୍ପଡ଼ ତିଆରି କରି ନିଜେ ଆତ୍ମନିର୍ଭରଶୀଳ ହେବା ଶୁଣି ଖୁସି ହେବା ସହ ପ୍ରଶଂସା କରିଥିଲେ।ମଦନଗାଡିଆରେ ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।ଏହି ଗସ୍ତ ସମୟରେ ସରପଞ୍ଚ ଚାନ୍ଦିନୀ ରାଉତ, ସମିତି ସଭ୍ୟା ମିନତୀ ପ୍ରଧାନ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ,ଯୁବ ସଂଗଠକ ସମୀର ରାଉତ ସାମିଲ ଥିଲେ।
    ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୫/୩/୨୦୨୩---୯,୧୦ Sakhigopal News,25/3/2023

    Blog Archive

    Popular Posts