ସୂଚନା କେନ୍ଦ୍ର ମଞ୍ଚରେ କବିତା ଆସର ଅନୁଷ୍ଠିତ
ଡେଲାଙ୍ଗ----ହରିରାଜପୁରର ପ୍ରସିଦ୍ଧ ସୋମନାଥଙ୍କର ପଞ୍ଚୁ ଦୋଳ ମେଳନ ପଡିଆରେ ମାଟିର ମହକର ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକଙ୍କ ଆବାହନରେ ଏକ ଆଧ୍ଯାତ୍ମିକ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି କବିତା ଆସରକୁ ଉଦ୍ଘାଟନ କରିଥିଲେ ବାବା ନରେନ୍ଦ୍ରାନନ୍ଦ ନାଥ। ବିଶ୍ବ ରଂଜନ ମହାନ୍ତି ଓ ଦାଶରଥି ମହାନ୍ତି ଆୟୋଜନ କରିଥିବା ବେଳେ ସୂଚନା କେନ୍ଦ୍ର ମଂଚର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ। କବିତା ଆସରରେ ପାଲା ଗାୟକ ବିଜୟ କୁମାର ପଟ୍ଟନାୟକ ସଂଯୋଜନା କରିଥିଲେ। ରମେଶ ପଲେଇ,ରୋହିତ ଚମ୍ପତି,ନିଳାଦ୍ରୀ ଜଗଦେବ,ଦ୍ବିତୀକୃଷ୍ଣ ମହାନ୍ତି,ନଳୀନପ୍ରଭା ପଟ୍ଟନାୟକ,ସତ୍ୟମ୍ଜିତ୍ ଧାଉଡିଆ,ଶ୍ରୀମାନ୍ ଗବା ସମେତ ପଚାଶ ଜଣ କବି କବୟିତ୍ରୀ ସ୍ବ-ରଚିତ ଆଧ୍ୟାତ୍ମିକ କବିତା ଆବୃତି କରିଥିଲେ।ଶେଷରେ ଧନ୍ୟବାଦ ଦେଇଥିଲେ ଅଭିମନ୍ୟୁ ସାମନ୍ତରାୟ ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୩/୨୦୨୩ ----୯,୪୦ Sakhigopal News,17/3/2023