Breaking News

କ୍ୟାଡେଟ ଜାତୀୟ ଟାଏକୋଣ୍ଡ ଚମ୍ପିୟାନଶିପ୍


ଜଟଣୀ ---ଚଳିତ ମାସ ୨୮ ରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର କୋଟା ଠାରେ ଅନୁଷ୍ଠିତ ହୋଇଯାଇଥିବା ୫ମ କ୍ୟାଡେଟ କ୍ୟୁରୋଗି ଓ ପୁମସେ୍ ଜାତୀୟ ଟାଏକୋଣ୍ଡ ଚମ୍ପିୟାନଶିପ୍ ରେ ଖୋର୍ଦ୍ଧା ଜିଲ୍ଲା ତରଫରୁ ଶ୍ରୀମାନ ନମନ ଶର୍ମା ବାଳକ କ୍ୟୁରୋଗି ୪୯ କେଜି ବର୍ଗରେ ଓଡ଼ିଶା ରାଜ୍ୟ ତରଫରୁ ପ୍ରତିନିଧିତ୍ଵ କରି ରାଜ୍ୟର ଗୋୖରବ ବୃଦ୍ଧି କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର କୋଚ୍ ମାଷ୍ଟର ଅଜୟ କୁମାର ସାହୁ ଏହି ଚମ୍ପିୟାନଶିପ୍ ରେ ଜାତୀୟ ରେଫରି ହିସାବରେ ଖେଳ ପରିଚାଳକ ଭାବେ ଅଂଶ ଗ୍ରହଣ କରିଛନ୍ତି। ରାଜ୍ୟ ପାଇଁ ସୁନାମ ଅର୍ଜନ କରିଥିବାରୁ ଓଡ଼ିଶା ଟାଏକୋଣ୍ଡ ସଂଘର ସମ୍ପାଦକ ଶ୍ରୀ ମନମୋହନ ଭଞ ଅଭିନନ୍ଦନ ଜଣାଇଛନ୍ତି। ଜାତୀୟ ସ୍ତରୀୟ ଏହି ଚମ୍ପିୟାନଶିପ୍ ରେ ୨୫ ଟି ରାଜ୍ୟରୁ ୧୨୦୦ ବାଳକ ଓ ବାଳିକା ଅଂଶଗ୍ରହଣ କରିଥିଲେ। ଶ୍ରୀମାନ ନମନ ଶର୍ମା ଓ ଜାତୀୟ ରେଫରି ମାଷ୍ଟର ଅଜୟ କୁମାର ସାହୁଙ୍କ ଏହି କୃତିତ୍ବ ଖୋର୍ଦ୍ଧା ଜିଲ୍ଲା ବାସୀଙ୍କୁ ଟାଏକୋଣ୍ଡ ଖେଳପ୍ରତି ଉତ୍ସାହିତ କରିବ । ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୩/୨୦୨୩----୮,୪୫ Sakhigopal News,31/3/2023

Blog Archive

Popular Posts