Breaking News

ରୁଷୁଡା ଫାଣ୍ଡି ଠାରେ ଆମ ପୋଲିସ ସମିତି ପକ୍ଷରୁ ଏକ ବୈଠକ

 
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ରୁଷୁଡା ଫାଣ୍ଡି ଠାରେ ଆମ ପୋଲିସ ସମିତି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ରୁଷୁଡା ଫାଣ୍ଡି ଅଧିକାରୀ ଅନୁପ ର‌ଞ୍ଜନ ବରେଇ ଅଧ୍ୟକ୍ଷତା କରିଥିଲେ । ଭେଡେନ ଥାନା ଅଧିକାରୀ ସଂଗିତା ମହପାତ୍ର ଓ ଥାନା ର ଅଫିସର ମାନେ ଯୋଗ ଦେଇଥିଲେ। ଏଥିରେ ରୁଷୁଡା ଫାଣ୍ଡି ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ,ସଭ୍ୟା ଓ ବିଭିନ୍ନ ଗ୍ରାମର ବିଶିଷ୍ଟ ବ୍ୟକ୍ତି ଓ ମହିଳା ମାନେ ଉପସ୍ଥିତ ଥିଲେ। ଏହି ସମୟରେ ରାତ୍ରି ପେଟ୍ରୋଲିଂ ବ୍ଯବସ୍ଥା, ଅବାଧ ମଦ ବିକ୍ରି ବନ୍ଦ, ସାଇବର କ୍ରାଇମ ଉପରେ ଆଲୋଚନା ହୋଇଥିଲା।  ପୋଲିସ ଓ ଜନସାଧାରଣଙ୍କ ଉତ୍ତମ ସମ୍ପର୍କ ରହିଲେ ଅପରାଧିକ ମାମଲା କମିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ଏଥିରେ ରୁଷୁଡା ଫାଣ୍ଡି ର ହୋମଗାର୍ଡ ଓ ଗ୍ରାମରକ୍ଷୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ରୁଷୁଡା ଫାଣ୍ଡି ଅଧିକାରୀ ଅନୁପ ରଞ୍ଜନ ବରେଇ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ ,୨୬/୩/୨୦୨୩-----୯,୫୫ Sakhigopal News,26/3/2023

Blog Archive

Popular Posts