ଅବକାରୀ ବିଭାଗ ର ଚଢ଼ାଉ , ୭୦ଲିଟର ବିଦେଶୀ ମଦ ଜବତ , ଜଣେ ଗିରଫ
ଭଞ୍ଜନଗର - ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁ ନିକଟରେ ଅବକାରୀ ବିଭାଗର ଚଢ଼ାଉ କରିଥିଲେ। ବେଆଇନ ବିଦେଶୀ ମଦ ଚାଲାଣ ବେଳେ ଜଣକୁ ଗିରଫ କରିଛି ଭଞ୍ଜନଗର ଅବକାରୀ ବିଭାଗ । ଘଟଣା ସ୍ଥଳରୁ ୭୦ ଲିଟର ବିଦେଶୀ ମଦ ଜବତ ହୋଇଛି । ବିଭିନ୍ନ ରକମର ୧୯୦ଟି ମଦ ବେତଲ ରହିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ନିକଟସ୍ଥ ଛାମୁଣ୍ଡା ଗାଁ ର କେ,ଶନିଶ୍ଚର ପାତ୍ର । ଅବକାରୀ ଅଧିକ୍ଷକ ଦେବୀ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ କରାଯାଇଥିଲା । ଭଞ୍ଜନଗର ଅବକାରୀ କର୍ମଚାରୀମାନେ ଉକ୍ତ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ବେଆଇନ ଭାବେ ମଦ ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଭଞ୍ଜନଗର ଅବକାରୀ ଅଧିକାରୀ ଅଲ୍ଲିଭା ମାଝି ସୁଚନା ଦେଇଛନ୍ତି । ଚଢାଉରେ ସନାତନ ନାହକ,ସୁବଳ ପ୍ରଧାନ, କୃଷ୍ଣଚନ୍ଦ୍ର ସେଠୀ, ଜଗନ୍ନାଥ ପ୍ରଧାନ ଓ ସ୍ବାଧୀନ ସାହୁ ପ୍ରମୁଖ ସାମିଲ ହୋଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୩/୨୦୨୩----୯,୩୫ Sakhigopal News,19/3/2023