Breaking News

ପଦୋନ୍ନତି ଦେବାରେ ପାତରଅନ୍ତର ; ଗୋଟିଏ ଦିନ ପରେ ଅବସର

 

ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକର ଶ୍ରୀରାମଚନ୍ଦ୍ରପୁର ନୋଡାଲଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏଲ-୩ କ୍ୟାଡର ପ୍ରଧାନ ଶିକ୍ଷୟତ୍ରୀ ଭାବେ ଏବେ କାର୍ଯ୍ୟାରତ ହରପିୟା କର । ସେ ୩୧,୩ ୨୦୨୩ରେ ଅବସର ଗ୍ରହଣ କରିବେ । ମାତ୍ର ତାଙ୍କୁ ପଦୋନ୍ନତି ଦେବାରେ ଶିକ୍ଷା ବିଭାଗ ପକ୍ଷରୁ ପାତରଅନ୍ତର କରାଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ଡାଇରେକ୍ଟ ଅଫ ଇଲାମେଣ୍ଟାରୀ ଏଜୁକେଶନ ଓଡିଶା ଭୁବନେଶ୍ୱରଙ୍କ ପତ୍ର ସଂଖ୍ୟା ନଂ ୧୩୧୨ତା ୩୦/୧/୨୦୨୩ଅନୁଯାୟୀ ଏବିଇଓ ପଦୋନ୍ନତି ତାଲିକାରେ ରାଜ୍ୟ ସ୍ତରରେ ୪୦ ନମ୍ବରରେ ରହିଥିବାବେଳେ ପୁରୀ ଜିଲ୍ଲାରେ ପ୍ରଥମ ସ୍ଥାନରେ ତାଙ୍କ ନାମ  ରହିଥିଲା । ପରିତାପର ବିସୟ ଯେ ୫୦ ଓ ୧୨୨ରେ ଥିବା ଦୁଇ ଜଣ ଶିକ୍ଷୟତ୍ରୀଙ୍କୁ ଏବେ ପଦୋନ୍ନତି ଦିଆଯାଇଛି । ଯାହାକି ସେଥିରୁ ଶ୍ରୀମତି କର ବଞ୍ଚିତ ହୋଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ସତ୍ôୟାଦୀ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ୩ଜଣଶିକ୍ଷୟତ୍ରୀଙ୍କ ସମସ୍ତ କାଗଜପତ୍ର ଦିଆଯାଇଥିଲା । ଦୁଇଜଣ ପଦୋନ୍ନତି ପାଇଥବବା ବେଳେ ସେଥିରୁ ଜଣେ କିପରି ବଞ୍ଚିତ ହେଲେ ତାହାଏବେ ପ୍ରଶ୍ନବାଚୀ ହୋଇପଡିଛି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୩/୨୦୨୩----୭,୧୦ 

  Sakhigopal News, 29/3/2023

Popular Posts