Breaking News

ବିଭୁତି ବାଟିକା ମେଳଣ ଶେଷ ; ଦୁଇ ଠାକୁର ନିଜ ନିଜ ମନ୍ଦିରକୁ ଫେରିଲେ



ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତରେ ସାଗରସ୍ନାନ ମେଳଣ ସାରି ଦୁଇ ଠାକୁର ବଳପୁର ଓ ବରାଳ ଗ୍ରାମର ବାବା ବାଲୁଙ୍କେଶ୍ୱର ଦେବ ସୁସଜିତ ବିମାନରେ ଦୁଆରି ଭୋଗ ଖାଇ  ମାତୃପିଠ  ତଥା ବିଭୁତି ବାଟିକା ମେଳଣ ପଡିଆରେ ଦୁଇ ଠାକୁର ଖୁଣ୍ଟିଲାଗି ହୋଇଥିଲେ ।   ଠାକୁରଙ୍କ ସମସ୍ତ ଦେବନୀତି ସେବାୟତ ମାନଙ୍କ ଦ୍ୱାରା  ମେଳଣ ପଡିଆରେ କରାଯାଇଥିଲା ।   ଶ୍ରଦ୍ଧାଳୁ ମାନେ  ଠାକୁରଙ୍କୁ ଦର୍ଶନ କରିବା ସହ ଖଇକେରା,ପାଚିଲାକଦଳୀ, ଫେଣି, ସାକର, ଖଜା, ଚୁଡାଘଷା ସହିତ ବିଭିନ୍ନ ଫଳମୂଳ ଭୋଗରାଗ କରିଥିଲେ ।   ଏହି ଅବସରରେ ମେଲଣ ପରିଆରେ ବିଭିନ୍ନ ଭୋଗ ,ଦୀପ ଓ ପାଷ୍ଟଫୁଡ ଦେକାନ ଖୋଲିଥିଲା । ଅପରାହ୍ନରେ ଆସତବାଜି ପ୍ରଦର୍ଶନ ପରେ ହରିହର ଭେଟ କରାଯିବା ପରେ ଠାକୁର ନିଜ ନିଜ ମନ୍ଦିରକୁ ଫେରିଥିଲେ ।  ମାତ୍ର ଅଦିନିଆ ବର୍ଷା ଅପରାହ୍ନରେ ହେବାରୁ ମେଳଣ ପୁରା ଫିକା ପଡିଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୩/୨୦୨୩----୮,୨୦   Sakhigopal News , 20/3/2023

Blog Archive

Popular Posts