Breaking News

ସତ୍ୟବାଦୀରେ ଆଇନ ସଚେତନତା ଶିବିର

 


ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ସଦଭାବନା ଗୃହ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ପୁରୀ ଲୋକଅଦାଲତ ପକ୍ଷରୁ  ଏକ ଆଇନ  ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଶିବିରରେ ଜିଲ୍ଲା  ଆଇନ ସେବା ପ୍ରାଧିକରଣର ସମ୍ପାଦକ ଅମିତ କୁମାର ବାରିକ ସଭାପତିତ୍ୱ କରିଥିଲେ । ପୁରୀ ଲୋକ ଅଦାଲତର ସ୍ଥାୟୀ ସଭାନେତ୍ରୀ ପ୍ରତୀମା ପଣ୍ଡା ଯୋଗ ଦେଇ ମହିଳା, ବରିଷ୍ଠ ନାଗରିକ, ଦଙ୍ଗା ପିଡିତ ଅଞ୍ଚଳ, ତଫସିଲଭୁକ୍ତ ଜାତି, ଉପଜାତି,ମାନବ ଚାଲାଣ ଅପରାଧରେ ଶିକାର ବ୍ୟକ୍ତି , ଦିବ୍ୟାଙ୍ଗ ଓ ୩ଲକ୍ଷ ଟଙ୍କାରୁ କମ ରୋଜଗାର କରୁଥିବା ପରିବାର ମାନଙ୍କୁ ମାଗଣାରେ ସେମାନଙ୍କୁ ଆଇନର ସହାୟତା ଯୋଗାଇ ଦିଆଯାଉଛି ବୋଲି  ଶ୍ରୀମତି ପଣ୍ଡା କହିଥିଲେ । ସେହିପରି  ଭାରତର ସମ୍ମିଧାନ ସବୁ ଠାରୁ ବଡ ସମ୍ମିଧାନ ବୋଲି ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା କହିଥିଷଲ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟରୁ ଖାଦ୍ୟ ଓ ମନେରୋଗା ଯୋଜନା ଏବେ ଆଇନ ସେବା ମଧ୍ୟରେ ରହିଛି । ବିଶେଷକରି ନ୍ୟାୟଧୀଶ ମାନଙ୍କ କଥା ଗ୍ରାମଞ୍ଚଳରେ ପହଞ୍ଚିବା ଦରକାର ବୋଲି ଯୋଗ ଦେଇଥିବା ଜନପ୍ରତିନିଧି, ମହିଳା ଗୋଷ୍ଠୀ ଓ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ କହିଥିଲେ । ବିଡିଓ ଲୋଚନ ଦାସ ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ମତ ରଖିଥଲେ । ଅନ୍ୟ ମାନଙ୍କ ମଧ୍ୟରେ ସିଡିପିଓ, ଆଇନଜୀବୀ ପ୍ରଭାକର ମିଶ୍ର, ସନ୍ତୋଷ କୁମାର ବେହେରା, ପାରାଲିଗାଲ ସ୍ୱେଚ୍ଛାସେବୀ ସ୍ମତିଶ୍ରୀ ମୋନାଲିସା ପ୍ରଧାନ ସମ୍ବିତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ସତ୍ୟବାଦୀ ବ୍ଳକ ଏବିଡିଓ ଅରକ୍ଷିତ ପ୍ରଧାନଧନ୍ୟବାଦ ଦେଇଥବା ବେଳେ ପୁରୀ  ଶିଶୁ ମଙ୍ଗଳ କମିଟିର ସଦସ୍ୟତଥା ଆଇନଜୀବୀ ଉପେନ୍ଦ୍ର ବିଶ୍ୱାଳ ଅତିଥି ପରିଚୟ ପ୍ରଧାନ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୩/୨୦୨୩----୭,୧୦    Sakhigopal News, 29/3/2023

Popular Posts