ଦନ୍ତାହାତୀ ଗ୍ରାମରେ ପଶି ଆତଙ୍କରାଜ :ଗ୍ରାମବାସୀ ଆତଙ୍କିତ
ଭଞ୍ଜନଗର---ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳର ତାରସିଂ ସେକ୍ସନ୍ରର ମାଣପୁରୁଗ୍ରାମରେ ଏକ ଦନ୍ତାହାତୀ ଗ୍ରାମରେ ପଶି ଆତଙ୍କରାଜ ଚଳାଇଛି। ଦନ୍ତାହାତୀ ଟି ଗ୍ରାମରେ ପଶି ଘର କବାଡ ତାଡିବା ସହ ଘର ଭିତରୁ ଧାନ ଓ ଚାଉଳ ବସ୍ତା ବାହାରକୁ ଟାଣି ଆଣି ଖାଇବା ଅଙ୍ଗନବାଡ଼ି ବିଦ୍ୟାଳୟରେ ମଧ୍ୟ କବାଡ ଭାଙ୍ଗି ସେହି ଘରେ ଥିବା ଚତୁଆ ଚାଉଳକୁ ଟାଣିଆଣି ଖାଇବା ସହ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ଗ୍ରାମରେ କିଛି ଘର ଭାଙ୍ଗିବା ସହ ଆତଙ୍କ ସୃଷ୍ଟି କରୁଥିବାନେଇ ବନବିଭାଗକୁ ଖବର ଦେବା ପରେ ବନ ବିଭାଗ କର୍ମଚାରୀ ମାନେ ସେଠାରେ ପହଞ୍ଚି ହାତୀଟିକୁ ଜଙ୍ଗଲକୁ ଘଉଡାଇଥିବା ତାରସିଂ ବନାଞ୍ଚଳ ଅଧିକାରୀ କୃତିବାସ କୁମାର କହିଛନ୍ତି । ଏଭଳି ଏକ ଦନ୍ତାର ଦୌରାତ୍ମ୍ୟ ପାଇଁ ସ୍ଥାନୀୟ ଇଲାକାରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏହି ଘଟଣାକୁ ନେଇ ତାରସିଂ ସେକସନର ମାଣପୁରୁ,ସୁରୁମୁଣୀ,ମାଟିଗାଢିଆ,ସଲପତଇଲା ଦଲକ ଓ ତିନିଛକିଆ ଏହି ସବୁ ଗ୍ରାମ ମାନକରେ ବନବିଭାଗ ତରଫରୁ ଡାକବାଜି ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯିବା ସହ ଧାନ ଚାଉଳ ସମେତ ବିଭିନ୍ନ ରକମର ଜିନିଷକୁ ବାହାରେ ନ ରଖିବାକୁ ସଚେତନତା କରାଯାଇଛି । ତାରସିଂ ସେକସନର ବନପାଳ କଳାବଦନ ଦାଶ ବନରକ୍ଷୀ ସମେତ ହାତୀ ସ୍ମାର୍ଡ କର୍ମଚାରୀମାନେ ସାମିଲ ଥିଲେ । ଏହି ହାତୀ ଉପରେ ବନବିଭାଗ ପକ୍ଷରୁ ନଜର ରଖାଯାଇଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୧/୩/୨୦୨୩----୧୧,୪୦ Sakhigopal News,31/3/2023