ଶିକ୍ଷଣ ସାମଗ୍ରୀ, ମୌଳିକ ସ୍ଵାକ୍ଷରତା ଓ ସଂଖ୍ୟାଦାନ ପ୍ରଶିକ୍ଷଣ ମେଳା ଅନୁଷ୍ଠିତ
ଜଟଣୀ ---ସ୍ଥାନୀୟ ସୁଶୀଳା ଦେବୀ ପ୍ରଗତି ବିଦ୍ୟାଳୟ ଠାରେ ଶିକ୍ଷଣୀୟ ସାମଗ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି l "ସମଗ୍ର ଶିକ୍ଷା ' ଖୋର୍ଦ୍ଧା ତରଫରୁ ସ୍ଥାନୀୟ ସୁଶୀଳା ଦେବୀ ପ୍ରଗତି ବିଦ୍ୟାପୀଠ ଠାରେ ବ୍ଲକ ସ୍ତରୀୟ ଶିକ୍ଷଣୀୟ ସାମଗ୍ରୀ ମେଳା ପଦର୍ଶିତ ହୋଇଥିଲା l ଏଥିରେ ଜଟଣୀ ବ୍ଲକର ୧୧୦ଟି ବିଦ୍ୟାଳୟ ମଧ୍ୟରୁ ୨୦୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଜ ନିଜର ଶିକ୍ଷଣୀୟ ସାମଗ୍ରୀ ପଦର୍ଶିତ କରିଥିଲେ l ଏଥିରେ ଛଅଟି ବିଦ୍ୟାଳୟର ଏଗାର ଜଣ ଶିକ୍ଷକ ଶିକ୍ଷୟତ୍ରୀ ପୁରସ୍କୃତ ହୋଇଥିଲେ l ଏହାର ମୂଳ ଉଦେଶ୍ୟ ଛୋଟ ଛୋଟ ଶିଶୁ ତଥା ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ଶ୍ରେଣୀ ଅଧୟନରତ ଶିଶୁ ମାନଙ୍କର ଭାଷା, ପରିବେଶ ଏବଂ ଗଣିତ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ଭୟ ଶୁନ୍ୟ କରିବା, ଶୁସ୍ଥ ପରିବେଶ ତିଆରି କରିବା l
ତତ ସହିତ ବିଷୟ ଭିତ୍ତିକ ଶିକ୍ଷଣ ଶିକ୍ଷା ଉପକରଣ ଗୁଡିକୁ ଶ୍ରେଣୀରେ ପାଠ ପଢ଼ାଇବା ବେଳେ ଉପଯୋଗ କରିବା ଏବଂ ପିଲାମାନେ ବିଷୟ ଗୁଡିକ ଭଲ ଭାବରେ ବୁଝି ପାରିବେ l ଅନୁଷ୍ଠିତ ମେଳାରେ ଅତିଥି ରୂପେ ଜଟଣୀ ପୌରପରିଷଦ ଅଧ୍ୟକ୍ଷ ଅନନ୍ତ ବେହେରା, ବ୍ଲକ ଶିକ୍ଷା ଅଧିକାରୀ ରଶ୍ମି ବାଳା ପରିଡା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବେହେରା, ବିଭୁତି ଭୂଷଣ ଜେନା ଏବଂ ଉମା ମଣି ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ l ଏହି ମେଳାର ଶିକ୍ଷକ ପ୍ରଶିକ୍ଷଣ ଦାୟିତ୍ୱରେ ଥିଲେ ଡାଏଟ ଶ୍ରୀମତୀ ଶିଖା ଶୈଳ ଏବଂ ପ୍ରତାପ କୁମାର ମହାପାତ୍ର l ସିଆରସିସି ମାନଗୋବିନ୍ଦ ସାହୁ ଏବଂ ଜଟଣୀ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହଯୋଗ କରିଥିଲେ ।
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୩/୨୦୨୩----୯,୨୫ Sakhigopal News,27/3/2023